ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆୟକର ଫେସଲେସ ଆସେସ୍‌ମେଣ୍ଟ ଠକେଇ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ

Published By : Prameya | April 26, 2025 12:11 PM

ନୂଆଦିଲ୍ଲୀ,୨୬/୦୪: ଆୟକର ଆସେସ୍‌ମେଣ୍ଟ ଫେସ୍‌ଲେସ ସ୍କିମକୁ କ୍ଷତି ପହଞ୍ଚାଇ ଠକେଇରେ ସାମିଲ ଥିବା ୨ ଅଭିଯୁକ୍ତଙ୍କୁ ଗିରିଫ  କରିଛି ସିବିଆଇ । ଆୟକର ବିଭାଗର ଡେପୁଟି କମିଶନର ର‌୍ୟାଙ୍କର ଜଣେ ଅଧିକାରୀ ଏମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଉଚ୍ଚମୂଲ୍ୟର ଆଇଟି ଆସେସ୍‌ମେଣ୍ଟ ମାମଲା ଥିବା ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରି ଯାଞ୍ଚ ବେଳେ ସେମାନଙ୍କ ସପକ୍ଷରେ ନିର୍ଦ୍ଦେଶ ଦେବା ସହ ଦଣ୍ଡ କୋହଳ କରିବାକୁ ଅଭିଯୁକ୍ତ ମାନେ ପ୍ରତିଶ୍ରୁତି ଦେଉଥିଲେ । ଏହି ଘଟଣାରେ ଡେପୁଟି  କମିଶନରଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଆୟକର  ବିଭାଗରେ ସ୍ୱଚ୍ଛତା ବଢ଼ାଇବା ଏବଂ ଠକେଇ ରୋବିକା ଲାଗି କେନ୍ଦ୍ର ସରକାର  ଆୟକର ଆସେସମେଣ୍ଟରେ ଫେସଲେସ ସ୍କିମ ଘୋଷଣା କରିଥିଲେ ।  

ଆୟକର ଆସେସମେଣ୍ଟ କେଉଁ ଅଧିକାରୀ କରୁଛନ୍ତି ତାହା ଆସେସି ଜାଣିବା  ଏଥିରେ ମୁସ୍କିଲ ହୋଇଥାଏ ଫଳରେ ଏହାକୁ ଫେସଲେସ ଆସେସମେଣ୍ଟ  କୁହାଯାଇଥାଏ । ଏହା ଦ୍ୱାରା କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କ ସମ୍ପୃକ୍ତି  ଜଣାପଡିନଥାଏ । ଯାହା ଦ୍ୱାରା ଦୁର୍ନିତିକୁ ରୋକାଯାଇପାରିବ । ମାତ୍ର  ବର୍ତ୍ତମାନର ମାମଲାରେ ଏହି ଯୋଜନା ସମ୍ପର୍କିତ ବିଭିନ୍ନ ଗୋପନୀୟ  ତଥ୍ୟକୁ ଅଭିଯୁକ୍ତ ସଂଗ୍ରହ କରୁଥିଲେ । ଆସେସମେଣ୍ଟ ଅଧିକାରୀଙ୍କ ନାମ,  ବିଭିନ୍ନ ମାମଲା, ଫଇସଲା ହୋଇ ନ ପାରିଥିବା ମାମଲା, ଅପିଲ ଭଳି  ତଥ୍ୟ ସଂଗ୍ରହ କରି ଅଭିଯୁକ୍ତ ମାନେ ଲାଞ୍ଚ ଆଦାୟ କରୁଥିଲେ । ଗିରଫ  ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ କୋର୍ଟଙ୍କ ସାମ୍ନାରେ ହଜାର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.