ନୂଆଦିଲ୍ଲୀ,୨୬/୦୪: ଆୟକର ଆସେସ୍‌ମେଣ୍ଟ ଫେସ୍‌ଲେସ ସ୍କିମକୁ କ୍ଷତି ପହଞ୍ଚାଇ ଠକେଇରେ ସାମିଲ ଥିବା ୨ ଅଭିଯୁକ୍ତଙ୍କୁ ଗିରିଫ  କରିଛି ସିବିଆଇ । ଆୟକର ବିଭାଗର ଡେପୁଟି କମିଶନର ର‌୍ୟାଙ୍କର ଜଣେ ଅଧିକାରୀ ଏମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଉଚ୍ଚମୂଲ୍ୟର ଆଇଟି ଆସେସ୍‌ମେଣ୍ଟ ମାମଲା ଥିବା ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରି ଯାଞ୍ଚ ବେଳେ ସେମାନଙ୍କ ସପକ୍ଷରେ ନିର୍ଦ୍ଦେଶ ଦେବା ସହ ଦଣ୍ଡ କୋହଳ କରିବାକୁ ଅଭିଯୁକ୍ତ ମାନେ ପ୍ରତିଶ୍ରୁତି ଦେଉଥିଲେ । ଏହି ଘଟଣାରେ ଡେପୁଟି  କମିଶନରଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଆୟକର  ବିଭାଗରେ ସ୍ୱଚ୍ଛତା ବଢ଼ାଇବା ଏବଂ ଠକେଇ ରୋବିକା ଲାଗି କେନ୍ଦ୍ର ସରକାର  ଆୟକର ଆସେସମେଣ୍ଟରେ ଫେସଲେସ ସ୍କିମ ଘୋଷଣା କରିଥିଲେ ।  

ଆୟକର ଆସେସମେଣ୍ଟ କେଉଁ ଅଧିକାରୀ କରୁଛନ୍ତି ତାହା ଆସେସି ଜାଣିବା  ଏଥିରେ ମୁସ୍କିଲ ହୋଇଥାଏ ଫଳରେ ଏହାକୁ ଫେସଲେସ ଆସେସମେଣ୍ଟ  କୁହାଯାଇଥାଏ । ଏହା ଦ୍ୱାରା କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କ ସମ୍ପୃକ୍ତି  ଜଣାପଡିନଥାଏ । ଯାହା ଦ୍ୱାରା ଦୁର୍ନିତିକୁ ରୋକାଯାଇପାରିବ । ମାତ୍ର  ବର୍ତ୍ତମାନର ମାମଲାରେ ଏହି ଯୋଜନା ସମ୍ପର୍କିତ ବିଭିନ୍ନ ଗୋପନୀୟ  ତଥ୍ୟକୁ ଅଭିଯୁକ୍ତ ସଂଗ୍ରହ କରୁଥିଲେ । ଆସେସମେଣ୍ଟ ଅଧିକାରୀଙ୍କ ନାମ,  ବିଭିନ୍ନ ମାମଲା, ଫଇସଲା ହୋଇ ନ ପାରିଥିବା ମାମଲା, ଅପିଲ ଭଳି  ତଥ୍ୟ ସଂଗ୍ରହ କରି ଅଭିଯୁକ୍ତ ମାନେ ଲାଞ୍ଚ ଆଦାୟ କରୁଥିଲେ । ଗିରଫ  ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ କୋର୍ଟଙ୍କ ସାମ୍ନାରେ ହଜାର କରାଯାଇଛି ।