ନୂଆଦିଲ୍ଲୀ : ସିବିଆଇ ଅନିଲ ଅମ୍ୱାନୀଙ୍କ ମାଲିକାନାରେ ଥିବା କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ କରିଛି ଗିରଫ । ଏହି ଅଧିକାରୀଙ୍କ ନାଁ ଡି.ବିଶ୍ୱନାଥ ଓ ଅନିଲ କାଲ୍ୟା। ଅନିଲ ଅମ୍ୱାନୀ, ତାଙ୍କର କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ ଓ କିଛି ଅଜଣା ଲୋକଙ୍କ ବିରୋଧରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଭିଯୋଗରେ ସିବିଆଇ କେସ୍ ରୁଜୁ କରିଛି। ବ୍ୟାଙ୍କର କହିବାନୁସାରେ , ସେ କମ୍ପାନୀକୁ ଅନେକ କ୍ରେଡିଟ୍ ଫାସିଲିଟି ଦେଇ ଥିଲା। କିନ୍ତୁ କମ୍ପାନୀ ଭୁଲ ଉପାୟରେ ଏହାକୁ ବ୍ୟବହାର କରିଥିଲା ଏବଂ ଫ୍ରଡ୍ କରାଯାଇ ଥିଲା। ଏଥିଯୋଗୁଁ ବ୍ୟାଙ୍କକୁ ୨୯୨୯.୦୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ି ଥିଲା।
ଏସବିଆଇ ପକ୍ଷରୁ ରୁଜୁ କରାଯାଇ ଥିବା ଅଭିଯୋଗ ଅନୁସାରେ , କମ୍ପାନୀ ପକ୍ଷରୁ ଫ୍ରଡ୍ ଯୋଗୁଁ ୧୭ ଟି ବ୍ୟାଙ୍କକୁ ମୋଟ ୧୯,୬୯୪.୩୩ କୋଟି ଟଙ୍କାର କ୍ଷତି ହୋଇଛି। ଏବେସୁଦ୍ଧା ଯାଞ୍ଚରେ ଜଣାପଡ଼ିଛି ଯେ, ରିଲାଏନ୍ସ କମ୍ୟନିକେସନ୍ସରେ କାର୍ଯ୍ୟରତ ଅନେକ ଅଧିକାରୀମାନେ ଅଲଗା ଅଲଗା ସେଲ୍ କମ୍ପାନୀ ସବୁ ତିଆରି କରି ଥିଲେ। ବ୍ୟାଙ୍କ ଗୁଡ଼ିକରୁ ନିଆଯାଇ ଥିବା ଅର୍ଥ ରାଶିକୁ ଏହିସବୁ କମ୍ପାନୀ ଗୁଡ଼ିକ ଆକାଉଣ୍ଟରେ ଟ୍ରାନ୍ସଫର କରାଯାଇ ଥିଲା। ଏହି ଅର୍ଥ ରାଶି ସର୍ଭିସ ସହ ସମ୍ୱନ୍ଧିତ ଫେକ୍ ନେଣଦେଣ ନାମରେ କରାଯାଇଛି। ଏହିପରି ବ୍ୟାଙ୍କ ଗୁଡ଼ିକରୁ ନିଆ ଯାଇଥିଲା ଅର୍ଥର ହେରଫେର ହୋଇଛି ଏବଂ ବଡ଼ କ୍ଷତି କରାଯାଇଛି। ସିବିଆଇର କହିବାନୁସାରେ ରିଲାଏନ୍ସ କମ୍ୟୁନିକେସନ୍ସର ବ୍ୟାଙ୍କିଂ ଅପରେସନ୍ସର ଜଏଣ୍ଟ ପ୍ରେସିଡେଣ୍ଟ ଭାବେ ଡି.ବିଶ୍ୱନାଥ କାର୍ଯ୍ୟ କରୁଛନ୍ତି।
ଏଜେନ୍ସିର କହିବାନୁସାରେ, ତାଙ୍କ ନିର୍ଦ୍ଦେଶରେ ବ୍ୟାଙ୍କ ଗୁଡ଼ିକରୁ ନିଆଯାଇ ଥିବା ଫଣ୍ଡର ଭିସା ବ୍ୟବହାର କରାଯାଇଛି। ସେ ବ୍ୟାଙ୍କ ସହ ସଂପର୍କରେ ଥିଲେ ଏବଂ ତା ମାଧ୍ୟମରେ ଲୋନ ଓ ଅନ୍ୟ ଅର୍ଥକୁ କମ୍ପାନୀର ଆକାଉଣ୍ଟରେ ଡିସବର୍ସ କରାଯାଇ ଥିଲା। ପୂରା ପ୍ରକ୍ରିୟ ତାଙ୍କ ମାଧ୍ୟମରେ ହୋଇ ଥିଲା। ଏହା ବ୍ୟତୀତ ପୂରା ପ୍ରକ୍ରିୟାରେ ଅନିଲ କାଲ୍ୟା ମଧ୍ୟ ସହଯୋଗ କରିଥିଲେ। ଦୁହେଁ ମିଶି ରିଲାଏଲ୍ସ କମ୍ୟୁନିକେସନ୍ସର କର୍ପୋରେଟ୍ ଫାଇନାନ୍ସର କାମ ସମ୍ଭାଳୁ ଥିଲେ। ଏହା ବ୍ୟତୀତ ବ୍ୟାଙ୍କିଂ ଅପରେସନ୍ସ, ପେମେଣ୍ଟସ୍ ଆଦିର କାର୍ଯ୍ୟ ମଧ୍ୟ ଏହି ଦୁହେଁ କରୁ ଥିଲେ। ଏହି ଦୁଇ ଜଣ ଅଧିକାରୀଙ୍କୁ ଏବେ ସିବିଆଇ ପକ୍ଷରୁ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ଉକ୍ତ ମାମଲାର ଯାଞ୍ଚ ଚାଲିଛି।
କହି ରଖୁଛୁ କି, ସିବିଆଇ ଗତ କିଛି ମାସରେ ହିଁ ଅନିଲ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ ବିରୋଧରେ ୭ଟି କେସ୍ ରୁଜୁ କରିଛି। ଏହି ସବୁ ଅଭିଯୋଗ ସରକାରୀ ବ୍ୟାଙ୍କ ଓ ଏଲଆଇସି କରିଛି। ଅଭିଯୋଗ ଯେ, କମ୍ପାନୀ ହଜାର ହଜାର କୋଟି ଟଙ୍କାର ହେରଫେର କରିଛି। ଏହି ଅର୍ଥ ରାଶି ସେ ବିଜନେସର ପରିଚାଳନା ପାଇଁ ନେଇଥିଲେ, କିନ୍ତୁ ସେଲ୍ କମ୍ପାନୀ ଗୁଡ଼ିକରେ ଏହି ବଡ଼ ଅର୍ଥରାଶିକୁ ଟ୍ରାନ୍ସଫର କରି ଦିଆ ଯାଇଥିଲା। ସୂଚନା ଯେ, ସିବିଆଇ ଏହି ସବୁ ମାମଲାରେ ଅନିଲ ଅମ୍ୱାନୀଙ୍କୁ ବ୍ୟକ୍ତିଗତ ଭାବେ ପଚରାପଚରି କରିଛି।