ଗଜପତି, ୨୭।୬ :   ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚାଲି ଯାଉଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ବାଇକ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। । ମୃତ ବ୍ୟକ୍ତି ଜଣକ ହେଲେ ପାରଳାଖେମୁଣ୍ଡି ବାସିନ୍ଦା ଦାମୋଦର ବିହାରର  ଆର୍ତ୍ତତ୍ରାଣ ପଣ୍ଡା ।ବାଇକ ଆରୋହୀ ଆହାତ ଜଣକ ହେଲେ ଏସ .କିରଣ  ପୁଡୁଣି ।

ଆର୍ତ୍ତତ୍ରାନ ସନି ମନ୍ଦିରରେ ଫୁଲ ଦେଇ  ଫେରିବା ସମୟରେ ପଛ ପଟରୁ ଗୋଟିଏ ବାଇକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ବାଇକ ର ଦ୍ରୁତ ଗତି ଏତେ ଥିଲା ଯେ ଘଟଣା ସ୍ଥଳରେ ହିଁ    ଆର୍ତ୍ତତ୍ରାନଙ୍କ ମୃତ୍ୟୁ ହୋଇଯାଇଥିଲା।ବାଇକ ଆରୋହୀ ନିଜ ଭାରସାମ୍ୟ ହରାଇ ଖଣ୍ଡେ ଦୂର ପର୍ଯ୍ୟନ୍ତ ଛିଟିକି ହୋଇପଡିଥିଲା। ବାଇକ ଅରୋହୀ କିରଣ ଆହତ ହୋଇଛନ୍ତି।ଉଭୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ସେଠାରେ ଆର୍ତ୍ତତ୍ରାଣ ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଆହତଙ୍କୁ ଚିକିତ୍ସା ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

​​​​​​​ଆହୁରି ପଢନ୍ତୁ : ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ, ପୋଡି ହୋଇ ଯୁବତୀ ଗୁରୁତର