ପ୍ରମୂଖ ଖବର
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

Published By : Ankita S | June 16, 2025 12:25 PM

ନୂଆଦିଲ୍ଲୀ,୧୬/୦୬: ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଷୋଡ଼ଶ ଜନଗଣନା ହେବ । ଦେଶରେ ୨ଟି ପର୍ଯ୍ୟାୟରେ ୨୦୨୭ ମାର୍ଚ୍ଚ ୧ରୁ ଜନଗଣନା ହେବ । ପ୍ରଥମ ଥର ପାଇଁ ଜାତି ଜନଗଣନା ହେବ । ସମ୍ପୂର୍ଣ୍ଣ ଡିଜିଟାଲ ଜରିଆରେ ଗଣନା ହେବ । ଏ ନେଇ ମୋବାଇଲ ଆପ୍ ପ୍ରସ୍ତୁତ କରାଯିବ । ଜନଗଣନା ସହିତ ଜଡ଼ିତ ସମସ୍ତ ତଥ୍ୟ ୧୬ ଭାଷାର ଆପ୍‌ରେ ଉପଲବ୍ଧ ହେବ । ଜନଗଣନାରେ ୩୪ ଲକ୍ଷ ପର୍ଯ୍ୟବେକ୍ଷକ କାର୍ଯ୍ୟ କରିବେ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାରି ହୋଇଥିବା ଅଧିସୂଚନା ଅନୁସାରେ, ଦେଶରେ ୨ଟି ଫେଜ୍‌ରେ ୨୦୨୭ ମାର୍ଚ୍ଚ ୧ରୁ ଜନଗଣନା ହେବ । ତୁଷାରପାତ ହେଉଥିବା ରାଜ୍ୟ ଓ କେନ୍ଦ୍ରଶାଷିତ ଅଞ୍ଚଳରେ ଆଗୁଆ ଗଣନା ହେବ । ଲଦାଖ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା ହେବ । ଏହାପରେ ବଳକା ରାଜ୍ୟରେ ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ । ୨୦୨୭ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ । ଜନଗଣନା ସହ ଜାତି ଜନଗଣନା ହେବ । ଗଣନା ପାଇଁ ପାଖାପାଖି ୨୧ ମାସ ଲାଗିବ ।

ଜନସଂଖ୍ୟା ଓ ପରିବାରର ତଥ୍ୟ ସଂଗ୍ରହ ଲାଗି ୩୪ ଲକ୍ଷ ଗଣନାକାର ତଥା ସୁପରଭାଇଜର ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯିବ । ଦେଶ ଆରମ୍ଭରୁ ଏହା ୧୬ତମ ତଥା ୧୯୪୭ରେ ସ୍ୱାଧୀନତା ଲାଭ କରିବା ପରେ ଏହା ଅଷ୍ଟମ ଜନଗଣନା ହେବ । ମୋବାଇଲ ଆପ୍‌ ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ ଜନଗଣନା କରାଯିବ । ସେହିଭଳି ଜନଗଣନା ସମୟରେ ଲୋକମାନଙ୍କ ତଥ୍ୟ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଅଭିଯାନ ବା ହାଉସ୍‌ ଲିଷ୍ଟିଂ ଅପରେସନ (ଏଚ୍‌ଏଲ୍‌ଓ) କରାଯିବ । ଯେଉଁଥିରେ ପ୍ରତିଟି ପରିବାରର ଘରର ସ୍ଥିତି, ସମ୍ପତ୍ତି ଓ ଅନ୍ୟାନ୍ୟ ସୁଖ ସୁବିଧାର ଯାଞ୍ଚ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ସୂଚୀ (ପିଇ) ସଂଗ୍ରହ କରାଯିବ । ଯେଉଁଥିରେ ପ୍ରତ୍ୟେକ ପରିବାରର ପ୍ରତିଟି ବ୍ୟକ୍ତିଙ୍କ ସଂଖ୍ୟା, ସାମାଜିକ-ଆର୍ଥିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଏହି ସମୟରେ ଜାତିଗତ ଜନଗଣନା ମଧ୍ୟ ପ୍ରସ୍ତୁତ କରାଯିବ । ଗତକାଲି (ରବିବାର) କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦେଶରେ ହେବାକୁ ଥିବା ଜାତିଗତ ଜନଗଣନା ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ଏହା ପରେ ଆଜି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.