ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ନିଷ୍ପତ୍ତି, ନାଗାଲାଣ୍ଡରେ ୬ ମାସ ବଢିଲା AFSPA

ନୂଆଦିଲ୍ଲୀ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ନାଗାଲାଣ୍ଡର ବିଭିନ୍ନ ଜିଲ୍ଲାରେ ବଢିଲା ବଢିଲା ସଶସ୍ତ୍ର ବାହିନୀକୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା ବା  AFSPA । ଆଉ ୬ ମାସ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର କ୍ଷମତାକୁ ବୃଦ୍ଧି କରିଛନ୍ତି ସରକାର। ସୂଚନା ଅନୁସାରେ, କେନ୍ଦ୍ର ସରକାର ନାଗାଲାଣ୍ଡର ବିଭିନ୍ନ ଜିଲ୍ଲା ପାଇଁ ଏହି ନିୟମକୁ ବୃଦ୍ଧି କରିଛନ୍ତି। ରାଜ୍ୟର ୮ ଜିଲ୍ଲା ଓ ୫ ଜିଲ୍ଲାର ୨୦ଟି ପୁଲିସ ଷ୍ଟେସନ ଅଞ୍ଚଳରେ AFSPA ବୃଦ୍ଧି କରାଯାଇଛି। ଏହି ସବୁ ସ୍ଥାନକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରି AFSPA ବଢାଇଛନ୍ତି ସରକାର। ଗୃହ ମନ୍ତ୍ରଣାଳୟ ବୁଧବାର ଅର୍ଥାତ ୨୭ ମାର୍ଚ୍ଚରେ ଏକ ବିଜ୍ଞପ୍ତି ଜାର କରି ରାଜ୍ୟରେ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଆଇନ ଲାଗୁ କରିବାର ଘୋଷଣା କରିଛନ୍ତି।

‘ନ୍ୟାୟପାଳିକା ଉପରେ ଏକ ସ୍ବତନ୍ତ୍ର ଗୋଷ୍ଠୀ ଚାପ ପକାଉଛନ୍ତି’, ହରିଶ ସାଲଭେଙ୍କ ସହିତ ୬୦୦ ଓକିଲ ପ୍ରଧାନ ବିଚାରପତିଙ୍କୁ ଲେଖିଲେ ଚିଠି.

କେନ୍ଦ୍ର ସରକାରଙ୍କ ମତରେ, ନାଗାଲାଣ୍ଡର କିଛି ଅଞ୍ଚଳରେ ଏବେ ବି ଅଶାନ୍ତି ରହିଛି ଓ ସ୍ଥିତି ବିପଦଜନକ ଅଛି। ଏଭଳି ସ୍ଥିତିର ମୁକାବିଲା ଓ ନାଗରିକଙ୍କ ସହାୟତା ପାଇଁ ସ୍ବତନ୍ତ୍ର ସେନାର ବ୍ୟବହାର କରାଯିବା ଜରୁରୀ। ଗୃହମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, ୧ ଅପ୍ରେଲରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କୋହିମା ଜିଲ୍ଲାର ଖୁଜମା, କୋହିମା ଉତ୍ତର, କୋହିମା ଦକ୍ଷିଣ, ଜୁବଜା ଓ କେଜୋଚ୍ ପୋଲିସ ଷ୍ଟେସନ୍‌ର ଅଧିକାରୀକ ଧେତୟରେ ଆସୁଥିବା ଅଞ୍ଚଳ ସହିତ ମୋକୋକଚୁଙ୍ଗ ଜିଲ୍ଲାର ମଙ୍ଗକୋଲେମ୍ବୋ, ମୋକେକଚୁଙ୍ଗ-୧, ଲୋଙ୍ଗଥୋ, ତୁଳି, ଲୋଙ୍ଗକେମ୍ ଓ ଅନାକି ‘ସି’  ପୋଲିସ ଷ୍ଟେସନ୍ ଲୋଙ୍ଗଲେଙ୍ଗ ଜିଲ୍ଲାରେ ଥିବା ୟାଙ୍ଗଲୋକ୍ ପୋଲିସ ଷ୍ଟେସନ୍‌, ଭୋଖା ଜିଲ୍ଲାର ଭଣ୍ଡାରୀ, ଚମ୍ପାଙ୍ଗ ଓ ରାଲନ୍ ପୋଲିସ ଷ୍ଟେସନ୍‌ ଘଟାଶି, ପୁଘୋବୋଟୋ, ସତାଖା, ଜୁନହ୍ନେବୋଟୋ ଜିଲ୍ଲାରେ ଥିବା ସୁରୁହୁତେ, ଜୁନହେବୋଟୋ ଓ ଅଧୁନାତୋ ପୋଲିସ ଷ୍ଟେସନ୍ ଅଞ୍ଚଳରେ ଆଇନ ବୈଧ ରହିବ।

ଉଲ୍ଲେଖନୀୟ ଯେ, AFSPA ଆଇନକୁ ହଟାଇବାକୁ ନେଇ ପୂର୍ବତ୍ତୋର ରାଜ୍ୟରେ ବ୍ୟାପକ ପ୍ରଦର୍ଶନ ମଧ୍ୟ ସମୟ ସମୟରେ ଦେଖିବାକୁ ମିଳୁଛି। ଏହି ଆଇନ ଅନୁସାରେ, ସୁରକ୍ଷାବଳଙ୍କୁ ଯେ କୌଣସି ସ୍ଥାନରେ ଅଭିଯାନ ଚଳାଇବା ଓ କାହାକୁ ବିନା କୌଣସି ସୂଚନାରେ ଗିରଫ କରିବାର ଶକ୍ତି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.