ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ନ୍ୟାୟପାଳିକା ଉପରେ ଏକ ସ୍ବତନ୍ତ୍ର ଗୋଷ୍ଠୀ ଚାପ ପକାଉଛନ୍ତି’, ହରିଶ ସାଲଭେଙ୍କ ସହିତ ୬୦୦ ଓକିଲ ପ୍ରଧାନ ବିଚାରପତିଙ୍କୁ ଲେଖିଲେ ଚିଠି.

ନୂଆଦିଲ୍ଲୀ,୨୮।୩:  ଦେଶର ପ୍ରାୟ ୬୦୦ ନାମୀଦାମୀ ଓକିଲ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି(ସିଜେଆଇ)ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେମାନେ ଅଭିଯୋଗ କରିଛନ୍ତି ଏକ ଖାସ୍ ଗୋଷ୍ଠୀର ଓକିଲ ଅଛନ୍ତି, ଯେଉଁମାନେ କି ଦେଶର ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାହାନ୍ତି। ଏଭଳି କରି ସେମାନେ ଦେଶର ସାର୍ବଭୌମତ୍ବ ଆକ୍ରମଣ କରୁଛନ୍ତି। ଏହି ଚିଠି ଲେଖିଥିବା ଓକିଲଙ୍କ ଭିତରେ ଅଛନ୍ତି ପ୍ରସିଦ୍ଧ ଓକିଲ ହରିଶ ସାଲଭେ, ମନନ କୁମାର ମିଶ୍ରା, ଅଦୀଶ ଅଗ୍ରଓ୍ବାଲ, ଚେତନ ମିତ୍ତଲ, ପିଙ୍କି ଆନନ୍ଦ, ହିତେଶ ଜୈନ, ଉଦୟ ହୋଲ୍ଲା ଓ ସ୍ବରୂପମା ଚର୍ତୁବେଦୀ।

ଏହି ଆଇନଜୀବିମାନେ ଚିଠିରେ ସିଜେଆଇଙ୍କୁ ଲେଖିଛନ୍ତି ଏକ ଖାସ୍‌ ଗ୍ରୁପ୍‌ର ଓକିଲ କୋର୍ଟଙ୍କ ରାୟକୁ ପ୍ରଭାବିତ କରିବା ପାଇଁ ଚାପ ପକାଉଛନ୍ତି। ବିଶେଷ ରୂପରେ ଏଭଳି ମାମଲା ଯାହା ସହ ନେତାମାନେ ଜଡିତ,ନଚେତ ଯାହା ଉପରେ ଦୁର୍ନୀତି ଅଭିଯୋଗ ରହିଛି। ଚିଠିରେ କୁହାଯାଇଛି ତାଙ୍କ ଗତିବିଧି ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ ବିପଦ। ଏହି ଗ୍ରୁପର ଗତିବିଧି ନିର୍ବାଚନ ସମୟରେ ଅଧିକ ବଢିଯାଏ। ୨୦୧୯ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା । ତେଣୁ ଅଦାଲତ ଓ ନ୍ୟାୟବ୍ୟବସ୍ଥାକୁ ସୁରକ୍ଷିତ ରଖିବାକୁ ସୁପ୍ରିମକୋର୍ଟ କଠୋର ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

‘ନିର୍ବାଚନୀ ବଣ୍ଡ ମାମଲା ଦୁନିଆର ସବୁଠାରୁ ବଡ ଦୁର୍ନୀତି, ସରକାରଙ୍କୁ ପଡିପାରେ ଭାରି’ : ନିର୍ମଳା ସୀତାରମଣଙ୍କ ସ୍ବାମୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଭାକରଙ୍କ ସୂଚନା

ଓକିଲଙ୍କ କହିବା ଅନୁସାରେ, ଏହି ସ୍ବତନ୍ତ୍ର ଗ୍ରୁପ୍ର ଆଇନଜୀବି ବିଭିନ୍ନ ପ୍ରକାରରେ ନ୍ୟାୟପାଳିକାର କାମକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ନ୍ୟାୟପାଳିକାର ସୁବର୍ଣ୍ଣ ଯୁବ ବିଷୟରେ ମଧ୍ୟ ଭୁଲ ଭାବରେ ବର୍ଣ୍ଣନା କରିବା ସହ ସହ କୋର୍ଟଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କୋର୍ଟରେ ଜନତାଙ୍କ ବିଶ୍ବାସକୁ କମ୍ କରିବା ଚେଷ୍ଟା କରିଛନ୍ତି। ଏହି ଗ୍ରୁପ୍ ନିଜର ପଲିଟିକାଲ  ଏଜେଣ୍ଡା ମାଧ୍ୟମରେ କୋର୍ଟଙ୍କ ରାୟକୁ ପ୍ରଶଂସା କିମ୍ବା ସମାଲୋଚନା କରିଥାନ୍ତି। ପ୍ରକୃତରେ ଏହି ଗ୍ରୁପ୍  ‘ମାଇଁ ଓ୍ବେ, ହାଇଓ୍ବେ ’ ଭଳି ଥିଓରିରେ ବିଶ୍ବାସ କରନ୍ତି। ଏହା ସହିତ ବେଞ୍ଚ ଫିକ୍ସିଂ ଥିଓରି ଏମାନେ ହିଁ ଗଢିଛନ୍ତି। କୌଣସି ନେତା ଉପରେ ଦୁର୍ନୀତି ଅଭିଯୋଗ ଥିଲେ କୋର୍ଟରେ ତାଙ୍କୁ ସୁରକ୍ଷା ଦିଅନ୍ତି। ଯଦି କୋର୍ଟଙ୍କ ରାୟ ତାଙ୍କ ଇଛା ଅନୁସାରେ ନଥାଏ ତେବେ କୋର୍ଟ ଭିତରେ କିମ୍ବା ମିଡିଆ ଜରିଆରେ କୋର୍ଟଙ୍କୁ ସମାଲୋଚନା କରିଥାନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.