ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କେନ୍ଦ୍ର ଆଣିବ ଏକକ ନିଯୁକ୍ତି ପୋର୍ଟାଲ,ଏହା କାର୍ଯ୍ୟକ୍ଷମ ହେଲେ ଆଶାୟୀଙ୍କ ସମୟ ଏବଂ ଶକ୍ତି ଅପଚୟକୁ ରୋକିବ

Published By : Prameya | March 24, 2025 10:28 AM

ନୂଆଦିଲ୍ଲୀ,୨୪/୦୩: ସମସ୍ତ ସରକାରୀ ନିଯୁକ୍ତି ଲାଗି କେନ୍ଦ୍ର ସରକାର ଏକକ ନିଯୁକ୍ତି ପୋର୍ଟାଲ ଆଣିବା ଯୋଜନା  ରଖିଛନ୍ତି । ଏହା ଉପରେ ଏବେ କାମ ଆରମ୍ଭ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । 

କାର୍ମିକ ଏବଂ ତାଲିମ  ବିଭାଗ ସମୀକ୍ଷା ବେଳେ ଶ୍ରୀ ସିଂ କହିଲେ, ଟେକ୍ନୋଲୋଜି ଭିତ୍ତିକ  ସଂସ୍କାର ଏବଂ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର  ସରକାର ପ୍ରତିବଦ୍ଧ । ଏକକ ନିଯୁକ୍ତି ପୋର୍ଟାଲ କାର୍ଯ୍ୟକ୍ଷମ ହେଲେ  ଏହା ନିଯୁକ୍ତି ଆଶାୟୀଙ୍କ ସମୟ ଏବଂ ଶକ୍ତି ଅପଚୟକୁ ରୋକିବ । ଏବେ ନିଯୁକ୍ତି ପରୀକ୍ଷା ୧୩ଟି ଭାଷାକୁ ସମ୍ପ୍ରସାରିତ ହୋଇଛି । ଏହାକୁ ସମ୍ବିଧାନର ଅଷ୍ଟମ ସୂଚୀ ଆଧାରରେ ୨୨ ଭାଷାକୁ ଶୀଘ୍ର ବୃଦ୍ଧି କରାଯିବ । ଏବେ ହାରାହାରି ନିଯୁକ୍ତି ସମୟ ୧୫ ମାସରୁ ୮  ମାସକୁ ହ୍ରାସ କରାଯାଇଛି । ଏହାକୁ ଆଗାମୀ ଦିନରେ ଆହୁରି ହ୍ରାସ କରାଯିବା ଯୋଜନା ରହିଛି ବୋଲି ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.