ଗଞ୍ଜାମ,୧୦/୧୨ : ଗଞ୍ଜାମ ଜିଲ୍ଲା ସୋରଡ଼ାର ୨୪ବର୍ଷୀୟ ଯୁବକ ଚନ୍ଦନ ଗୌଡ଼ ସାଇକେଲରେ ଚାରିଧାମ ଯାତ୍ରା ସାରି ଆନନ୍ଦର ସହ ଫେରିଛନ୍ତି । ଅକ୍ଟୋବର ୭ତାରିଖରୁ ଏଠାରୁ ଯାତ୍ରା ଆରମ୍ଭ କରି ଡିସେମ୍ବର ୧୦ରେ ଯାତ୍ରା ଶେଷ କରିଛନ୍ତି I ୬୦ଦିନ ଭିତରେ ପୁରୀ, କେଦାରନାଥ, ବଦ୍ରିନାଥ, ରାମେଶ୍ଵରମ, ଦ୍ୱାରକା ପାଖାପାଖି ୩୦୦୦ କିଲୋମିଟର ଯାତ୍ରା ସାରି ବୁଧବାର ଘରକୁ ଫେରିଛନ୍ତି।

ବାହାର ରାଜ୍ୟରେ ଆମ ରାଜ୍ୟକୁ ଜଗନ୍ନାଥ ଧାମ କହିଲେ ଆନନ୍ଦିତ ହୁଅନ୍ତି I ଅନ୍ୟ ରାଜ୍ୟରେ ଜଗନ୍ନାଥ ଧାମର ସଂସ୍କୃତିକୁ ପହଂଚାଇବା ସହ ଆମ ରାଜ୍ୟର ସଂସ୍କୃତି, ପରମ୍ପରାକୁ ଅନ୍ୟମାନଙ୍କୁ ଜଣାଇବା ଓ ସେମାନଙ୍କର ଚଳଣିକୁ ଜାଣିବା ଉପରେ ଥିବା ଇଚ୍ଛା ଶକ୍ତି ମୋତେ ଆଗକୁ ବଢ଼େଇଥିଲା l ପିଲାଟି ଦିନରୁ ଇଚ୍ଛା ଥିଲା ଏପରି ଗୋଟିଏ କାର୍ଯ୍ୟକ୍ରମ ପାଇଁ I ଯାତ୍ରା ଖର୍ଚ୍ଚ ପାଇଁ ସବୁ ଦିଗରୁ ସାହାଯ୍ୟ ସହଯୋଗ ମିଳିଥିଲା I ଯୁବ ଗୋଷ୍ଠୀ ଏକ ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବା ସହ ସମାଜରେ ଏକ ଶାନ୍ତ ସରଳ ଭାବନାରେ ପରିଚାଳିତ ହେଲେ ସାମୁହିକ ବିକାଶ ହୋଇପାରିବ ବୋଲି କହିଥିଲେ I ଏତେ ଦିନର ସାଇକେଲ ଯାତ୍ରା ଏକ ସୁନ୍ଦର ଅନୁଭୂତି ବୋଲି କହିଥିଲେ I