ଭୁବନେଶ୍ବର, ୨୮/୨ :  ଆଇପିଏସ୍ ସ୍ତରରେ ରାଜ୍ୟରେ ବଡ଼ଧରଣର ଅଦଳବଦଳ । ଏସ୍ ଏମ୍ ନରଓ୍ବାଣେ ହେଲେ ଓଏଚଆରସି ସ୍ବତନ୍ତ୍ର ଡିଜି । ଦୀପ୍ତେଶ ପଟ୍ଟନାୟକ ହେଲେ ପ୍ରିଣ୍‌ଟିଂ ନିର୍ଦେଶକ । ଜତୀତ୍ର କୋଏଲଙ୍କୁ ଏଚଆରପିସିର ଏଡିଜି ଦାୟିତ୍ବ ଦିଆଯାଇଛି । ଏସ ପ୍ରବୀଣ କୁମାର ହେଲେ କେନ୍ଦ୍ରାଞ୍ଚଳ ଆଇଜି । ସେହିଭଳି ଟ୍ବିନ ସିଟି ଡିସିପି ବଦଳିଛନ୍ତି । ଜଗମୋହନ ମୀନା ଭୁବନେଶ୍ବର ଡିସିପି ହୋଇଥିବାବେଳେ ଖିଲାରୀ ଋଶିକେଶ କଟକ ଡିସିପି ହୋଇଛନ୍ତି । ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ୍ ଡିଆଇଜି ଦାୟିତ୍ବ ଦିଆଯାଇଛି । ଅନ୍ୟପଟେ ନରସିଂହ ଭୋଳ ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ।