ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବକ୍ସ ଅଫିସ୍‌ରେ ‘ଛାବା’ର ବଡ଼ ରେକର୍ଡ, ୫୦୦ କୋଟି କ୍ଲବ୍‌ରେ ସାମିଲ୍

Published By : Prameya | March 10, 2025 8:58 AM

ମୁମ୍ବାଇ ୧୦/୦୩: ଭିକ୍କି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଆୟ ମାମଲାରେ ବଡ଼ ରେକର୍ଡ କରିଛି । ଭାରତୀୟ ବକ୍ସ ଅଫିସ୍‌ରେ ଅଦ୍ୟାବଧି ଏହା ୫୦୦ କୋଟି ପରିସଂଖ୍ୟାନ  ଟପି ସାରିଛି । ଚଳିତବର୍ଷର ପ୍ରଥମ ଫିଲ୍ମ ଭାବେ ଏହି ଉପଲବ୍ଧି ହାସଲ କରିଛି ‘ଛାବା’ ।  ସାରା ବିଶ୍ୱର କଥା କହିବାକୁ ଗଲେ ଏହା ମୋଟ ୬୯୧  କୋଟି ଆୟ କରିଛି ।

ରିପୋର୍ଟ ଅନୁସାରେ, ‘ଛାବା’ର ହିନ୍ଦୀ  ସଂସ୍କରଣ ୫୦୩.୩ କୋଟି ରୋଜଗାର କରିଛି । ତେଲଗୁ ଡବ୍‌ ଭର୍ସନ୍‌କୁ ୫.୫ କୋଟି ମିଳିଛି । ଅର୍ଥାତ୍‌ ମୋଟ ଉପରେ ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମଟି  ୫୦୮.୦୮ କୋଟି ଟଙ୍କାର ବ୍ୟବସାୟ  କରିଛି । ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ଏହି  ଫିଲ୍ମକୁ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା  ଦେଇଛନ୍ତି । 

ଫେବ୍ରୁଆରୀ ୧୪ରେ  ଏହା ରିଲିଜ୍‌ ହୋଇଥିଲା । ପ୍ରଥମ ସପ୍ତାହରେ ଫିଲ୍ମଟି  ୨୧୯.୨୫ କୋଟି, ଦ୍ୱିତୀୟ  ସପ୍ତାହରେ ୧୮୦.୨୫  କୋଟି ଓ ତୃତୀୟ ସପ୍ତାହରେ  ୮୪.୦୫ କୋଟି ରୋଜଗାର  କରିଥିଲା । ସପ୍ତାହନ୍ତରେ  ଏହାର ରୋଜଗାର ବଢ଼ିବା  ପରେ ଫିଲ୍ମଟି ୫୦୦ କୋଟି  କ୍ଲବ୍‌ରେ ସାମିଲ ହୋଇଛି ।  ‘ଛାବା’ ପୂର୍ବରୁ ‘ପୁଷ୍ପା-୨’(ହିନ୍ଦୀ  ଭର୍ସନ୍‌), ‘ଯୱାନ’, ‘ସ୍ତ୍ରୀ-୨’,  ‘ଗଦର-୨’, ‘ପଠାନ୍‌’,  ‘ବାହୁବଳୀ-୨’(ହିନ୍ଦୀ ଭର୍ସନ) ଓ ‘ଆନିମଲ୍‌’  ଭଳି ଫିଲ୍ମ ୫୦୦ କୋଟି  ରୋଜଗାର କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.