ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପଦ୍ମପୁରରେ ବିଜେପିର ସଦସ୍ୟତା ଅଭିଯାନ, କେନ୍ଦୁଝରରେ ହେବ ଇସ୍ପାତ କାରଖାନା : ମୁଖ୍ୟମନ୍ତ୍ରୀ

Published By : Suraj Kumar | October 14, 2024 11:08 PM

କେନ୍ଦୁଝର ସଦର୧୪/୧୦(ଆପ୍ର)) : ଓଡିଶାରେ ଆଜି ଡବଲ ଇଞ୍ଜିନର ସରକାର ହୋଇଛି । ଆଗକୁ ବିକାଶ ହେବ। ପ୍ରଯୁଜ୍ୟ ଭରା କେନ୍ଦୁଝର ଆଉ ଗରିବ ରହିବ ନାହିଁ।  ଜିଲ୍ଲାରେ ଇସ୍ପାତ କାରଖାନା ନିର୍ମାଣ ହେବ । ଯେଉଁଥିରେ ଏଅଞ୍ଚଳର ହଜାର ହଜାର ଯୁବକ ଚାକିରୀ ପାଇବେ।  ରାସ୍ତା ,ସ୍ୱାସ୍ଥ୍ୟ, ଗମନାଗମନର ଉନ୍ନତି ଘଟିବ । ଖଣି ପାଣିରେ ବ୍ୟାପକ ଉନ୍ନତି ଆସିବ । ୨୦ ନମ୍ବର ଜାତୀୟ ରାଜପଥ ୮ ଲେନ ହେବ । ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଘଟିବ।  ଆମେ ସମସ୍ତ ଏକାଠି ହେଇ ଭାରତୀୟ ଜନତା ପାର୍ଟି ସଦସ୍ୟତା ଗ୍ରହଣ କରିବା । ଭାରତୀୟ ଜନତା ପାର୍ଟିକୁ ମଜଭୁତ କରିବା ବୋଲି ଓଡ଼ିଶାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ପୂର୍ବ ସରକାର ବିରୋଧରେ ଗର୍ଜି ଥିଲେ ।

ପୂର୍ବ ସରକାର ଲୋକଙ୍କ ପାଖକୁ ଆସୁନଥିଲେ ଏବେର ସରକାର ଲୋକଙ୍କ ପାଖକୁ ଆସି ନିଜେ ସମସ୍ୟାକୁ ବୁଝିବା ସହିତ ଦରଖାସ୍ତ ଗ୍ରହଣ କରୁଛନ୍ତି । ବିଜେଡି ସରକାର ଚାଷୀଙ୍କୁ ଧାନର ଦରବୃଦ୍ଧି କରି ନାହିଁ ଆମ ସରକାର ଚାଷୀଙ୍କ ନିକଟରୁ ଏବେ  ୩୧ ଶହ ଟଙ୍କାରେ ଧାନ କିଣିବ। ଚାଷୀଙ୍କୁ ଉଭୟ ପିଏମ ଏବଂ ସିଏମ କିଷାନ ଯୋଜନାରେ ବାର୍ଷିକ ଦଶ ହଜାର ଟଙ୍କା ଯୋଗାଉଛି। ଯାହା ଚାଷୀ ଲାଭବାନ ହେବେ । ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କୁ ପଚାଶ ହଜାର ଟଙ୍କା ପ୍ରଦାନ  ଦିଆଯିବ। ଏହାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି । ଯାହା ଷାଠିଏ ଲକ୍ଷ୍ୟ ହିତାଧିକାରୀ ପାଇ ସାରିଲେଣି ଅନ୍ୟମାନେ ଆସନ୍ତା କାଳୀପୂଜାରେ ପାଇବାକୁ ଯାଉଛନ୍ତି   । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଆମ ସରକାର ଇତିହାସ ସୃଷ୍ଟି କରିଛି ଯାହା କେବେବି ଏକାଥରକେ ୧୬ ଶିକ୍ଷକ ନିଯୁକ୍ତି ହୋଇନଥିଲା ତାହା    ଆମ ସରକାର କରିଛି। କାନପୁର ଜଳସେଚନ ପ୍ରକଳ୍ପ ଆମ ସରକାର ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ଏହି ଅବସରରେ କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଶୁକଦେବ ମହାନ୍ତ, ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର, ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ, ଗୋପୀନାଥ ରାମ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଧନୁର୍ଜୟ ମହାନ୍ତ,ସ୍ଥାନୀୟ ସରପଞ୍ଚ ଚପଳା ସାମଲ, ବରିଷ୍ଠ ବିଜେପି ସଦସ୍ୟ ଯୋଗେନ୍ଦ୍ରନାଥ ସାହୁ, ରାଇସୁଆଁ ମଣ୍ଡଳ ସଭାପତି ବାବୁ ସେଠୀ,ସଦର ବ୍ଲକ ଅଧକ୍ଷା ଜ୍ୟୋତିର୍ମୟୀ ନାଏକ, ପୂର୍ବତନ ବ୍ଲକ ଅଧକ୍ଷା କିରଣବାଳା ନାୟକ ପ୍ରମୁଖ  ମଞ୍ଚରେ ଉପସ୍ଥିତ ଥିଲେ।  ବିଜେପି  ସଂଯୋଜକ ବିବେକାନନ୍ଦ ମହାନ୍ତ ମଞ୍ଚ ପରିଚାଳନା  କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.