ଭୁବନେଶ୍ୱର,୨୮/୦୩: ଜାତୀୟ ଶିକ୍ଷା ନୀତି  ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି  ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା  କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଇବେ ଗୁରୁ । ଏହି  କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏପ୍ରିଲ ୨ ତାରିଖରେ  ବଡ଼ଗଡ଼ ସ୍କୁଲକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ସେଦିନ ସକାଳ ୧୦ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ  ପହଞ୍ଚି ପିଲାମାନଙ୍କୁ ଖଡି ଛୁଆଁଇ ସେମାନଙ୍କର ଶିକ୍ଷାରମ୍ଭ  କରାଇବେ । ଏଥିପାଇଁ ବଡ଼ଗଡ଼ ସ୍କୁଲ ପରିସରରେ ବ୍ୟାପକ  ପ୍ରସ୍ତୁତି ଆରମ୍ଭ ହୋଇଛି ।

ଗୁରୁବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା  ଶିକ୍ଷାଧିକାରୀ ସୋନାମିକା ରାୟ ପହଞ୍ଚି ପ୍ରସ୍ତୁତିର ତଦାରଖ  କରିଛନ୍ତି । ଏକାମ୍ର ବିଧାୟକ ବାବୁ ସିଂଙ୍କ ପ୍ରତିନିଧି ସଂଗ୍ରାମ ମାର୍ଥା ଉପସ୍ଥିତ ଥିଲେ । ସ୍କୁଲକୁ ସୁସଜ୍ଜିତ କରାଯିବ । କୁନି କୁନି ପିଲାମାନଙ୍କୁ ତଳକ ଲଗାଇ ଫୁଲ ପକାଇ ସ୍ୱାଗତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କର କମଳରେ ପିଲାମାନଙ୍କୁ ଯାଦୁ ପେଡି ବଣ୍ଟନ କରାଯିବ ।  ଅଭିଭାବକ ମାନଙ୍କୁ ନେଇ ଏକ ଡ୍ୱାଟ୍ସ ଆପ୍‌ ଗ୍ରୁପ ତିଆରି କରାଯିବ ।