ଭୁବନେଶ୍ବର, ୨।୨ : ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ତଥା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିଛନ୍ତି।ତାଙ୍କର ଏହି ଗସ୍ତ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଗର୍ବ ଓ ଗୌରବର ଏକ ଅନନ୍ୟ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତୀ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତ ରାଜ୍ୟର ସର୍ବାଙ୍ଗୀନ ବିକାଶ, ସମୃଦ୍ଧି ଓ ଜନକଲ୍ୟାଣ ପାଇଁ ନୂତନ ଆଶା ଓ ଆକାଂକ୍ଷା ଆଣିବା ସହ ଓଡ଼ିଶାର ପ୍ରଗତି ପଥରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।