ନୂଆଦିଲ୍ଲୀ, ୨୮/୦୭ : ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା। କ୍ୟୁସୁରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଭୂମିକମ୍ପ ପରେ ଜାପାନରେ ସୁନାମୀ ଆଲର୍ଟ ଜାରି ହୋଇଛି। ସମୁଦ୍ରରେ ଏକ ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି। ଜାପାନ ସରକାର ଦକ୍ଷିଣ କ୍ୟୁସୁ ଦ୍ଵୀପର କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକା, ସାଗା, ଓଇତା ଏବଂ ମିୟାଜାକି ପ୍ରାନ୍ତରେ ଜରୁରୀକାଳୀନ ଭୂମିକମ୍ପ ଆଲର୍ଟ ଜାରି କରିଛନ୍ତି।

ଜାପାନ ଦୁନିଆର ଭୂକମ୍ପ ପ୍ରବଣ ଦେଶ। ଏଠାରେ ଅତି କମ୍ ରେ ପ୍ରତି ୫ ମିନିଟ୍ ରେ ଥରେ ଭୂମିକମ୍ପ ଝଟକା ଅନୁଭୂତ ହୁଏ। ଜାପାନ ପ୍ରଶାନ୍ତ ମହାସାଗର ଚାରିପାଖରେ ବ୍ୟାପ୍ତ ଆଗ୍ନେୟଗିରି ଏବଂ ସମୁଦ୍ର ଗର୍ତ୍ତ ଥିବା ଅଞ୍ଚଳ "ରିଙ୍ଗ ଅଫ୍ ଫାୟାର" ମଧ୍ୟରେ ଅବସ୍ଥିତ। ଦୁନିଆରେ ୬.୦ ତୀବ୍ରତା ବିଶିଷ୍ଟ ଭୂକମ୍ପର ପ୍ରାୟ ୨୦ ପ୍ରତିଶତ ଜାପାନରେ ହୁଏ।

ଆହୁରି ପଢନ୍ତୁ- ନିଜ ଦେଶର ବ୍ୟବସ୍ଥା ଉପରେ ପ୍ରଶ୍ନ କଲେ ବ୍ରିଟେନର ପୂର୍ବତନ ଗୃହ ମନ୍ତ୍ରୀ ,କହିଲେ ନୀରବ ମୋଦି ଏବେ ଭାରତରେ ରହିବା କଥା

ଶ୍ରୀଲଙ୍କା ଗସ୍ତ ପାଇଁ Team India ଘୋଷଣା, ପ୍ରଥମ ଟେଷ୍ଟରୁ ଷ୍ଟାର ଖେଳାଳି ବାଦ୍... ନୂଆ ମୁହଁକୁ ମିଳିଲା ସୁଯୋଗ