ପ୍ରମୂଖ ଖବର
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା, ପ୍ରଥମ ଦିନରେ ୧୪୭ ରୋଗୀ ଚିକିତ୍ସିତ

Published By : Suraj Kumar | August 18, 2025 8:28 PM

ମାଲକାନଗିରି,୧୮/୮ (ଆପ୍ର): ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା । ପ୍ରଥମ ଦିନରେ ୧୪୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି ।  ଜିଲ୍ଲାରେ ମିଳୁନି ବାୟୁ ସ୍ୱାସ୍ଥ୍ୟ ସେବା, ଚିକିତ୍ସାରୁ ବଞ୍ଚିତ ଗୁରୁତର ରୋଗୀ ଖବର ଗତ ଜୁଲାଇ ୧୧ତାରିଖରେ ପ୍ରମେୟରେ ପ୍ରକାଶିତ ହୋଇଥିଲା। ଏହାକୁ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇ ମାଲକାନଗିରି ଜିଲ୍ଲାରେ ସୋମବାର ଠାରୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ।

ପ୍ରଥମ ପର୍ଯ୍ୟୟରେ ସ୍ୱତନ୍ତ୍ର ବାୟୁବିମାନରେ କଟକ, ଭୁବନେଶ୍ୱରରୁ  ୭ ଜଣ ବିଶେଷଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ପହଁଚି ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା ।  ପ୍ରଥମ ଦିନରେ ୧୪୭ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା କରାଯାଇଛି। ମଙ୍ଗଳବାର ଆଉ ୬ଜଣ ବିଶେଷଜ୍ଞ ଡାକ୍ତରୀ ଦଳ ପହଁଚି ଗୁରୁତର ରୋଗୀଙ୍କ ଚିକିତ୍ସା ଓ କେତେଜଣଙ୍କର ଗୁରୁତର ଅପରେସନ କରିବେ ବୋଲି  ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାଶ ସୂଚନା ଦେଇଛନ୍ତି।

ସେଥିମଧ୍ୟରୁ କାର୍ଡିଓଲୋଜିରେ ୩୫, ନ୍ୟୁରୋଲୋଜୀରେ ୩୮, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୧୯, ଏଣ୍ଡୋକ୍ରିନୋଲୋଜୀରେ ୧୯ ଓ ନେଫ୍ରୋଲୋଜିରେ ୩୬ ଓ ୮ ଜଣଙ୍କର ଇସିଜି କରାଯାଇଛି ।  ଏହି ଡାକ୍ତରୀ ଦଳରେ ସର୍ଜରୀ ସ୍ପେଶାଲିଷ୍ଟ  ଏସସିବି ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଜ୍ୟୋତିର୍ମୟ ନାୟକ, ବରିଷ୍ଠ କାର୍ଡିଓଲୋଜି  ଆଭାଂଶ ଟଙ୍କ, ସିନିୟର୍ ନେଫ୍ରୋଲୋଜି ଡାକ୍ତର ଧିରଜ କୁମାର ଲେଙ୍କା, ସିନିୟର୍ ନ୍ୟୁରୋଲୋଜି ଡାକ୍ତର ସଂଘମିତ୍ରା ସାହୁ,  ସିନିୟର୍ ଏଣ୍ଡୋକ୍ରିନୋଲୋଜୀ ଡାକ୍ତର ସୀତାକାନ୍ତ ପଣ୍ଡା, ସିନିୟର୍ ଗାଷ୍ଟ୍ରୋଏଣ୍ଟେରୋଲୋଜି ଡାକ୍ତର ରାକେଶ ମହାନ୍ତି, ଆସିଷ୍ଟାଣ୍ଟ ପ୍ରଫେସର  ଆନାସ୍ଥେସିଓଲୋଜି  ଡାକ୍ତର ରାଜ କୁମାର ମହାପାତ୍ର  ପ୍ରମୁଖ ରହିଥିଲେ।   

ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଛି ମୁଖ୍ଯମନ୍ତ୍ରୀ ବାୟୁ ସ୍ଵାସ୍ଥ୍ଯ ସେବା ବୋଲି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା କାର୍ଯ୍ୟକ୍ରମ ଯୋଗୁ ରୋଗୀମାନେ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ମଙ୍ଗଳବାର  ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସେବା ଯୋଗୁଁ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଯିବାକୁ ପଡ଼ିବନାହିଁ । ରୋଗୀଙ୍କୁ  ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ସେବା ମିଳି ପାରିବ  । ଜିଲ୍ଲାର ରୋଗୀ ସୁପର ସ୍ପେସିଆଲିଷ୍ଟ ଡ଼ାକ୍ତରଙ୍କ ନିକଟରୁ ଚିକିତ୍ସା ସୁବିଧା ପାଇପାରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ସିଡିଏମଓ ଡାକ୍ତର ଡୋଳାମଣି ପ୍ରଧାନ, ଡାକ୍ତର ବ୍ରଜବନ୍ଧୁ ଦାସ, ଡାକ୍ତର ନିହାର ରଞ୍ଜନ ପ୍ରହରାଜ, ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଡାକ୍ତର କବିତା ସ୍ବାଇଁ,  ଡାକ୍ତର ସପନ କୁମାର ଡିଣ୍ଡା, ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା, ଡାକ୍ତର ସୁବ୍ରତ କୁମାର ଜେନାଙ୍କ ସମେତ ଡିପିଏମ୍ ଡ଼ଃ ମୌସୁମୀ ମିଶ୍ର, ମେଡିକାଲ ମ୍ୟାନେଜର ସୁଶାନ୍ତ କୁମାର ବିଶ୍ବାଳ ଓ ବିଶ୍ୱଜିତ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.