ଭୁବନେଶ୍ୱର,୨୧/୧୨: ଆସନ୍ତା ୨୩ ତାରିଖ (ସୋମବାର)  ଦିନ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ  ନେଇ ସାଧାରଣ ପ୍ରଶାସନ ଓ  ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଦିନ  ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରି କାମ  ଥିବାରୁ ଏହି ଅଭିଯୋଗ ଶୁଣାଣି  ଶିବିର ବନ୍ଦ ରହିବ । ପରବର୍ତ୍ତୀ  ଅଭିଯୋଗ ଶୁଣାଣି ପାଇଁ ନୂଆ  ତାରିଖ ବିଭାଗ ପକ୍ଷରୁ ଘୋଷଣା  କରାଯିବ ବୋଲି ଜଣାପଡିଛି ।