ନୂଆପଡ଼ା ୦୬/୧୦: ନୂଆପଡ଼ାରୁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୋମନା ଓ ସିନାପାଲିକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା (ଏନ୍‌ଏସ୍‌ସି)। ସେହିଭଳି ଖରିଆର ରୋଡ୍ ଏନ୍ଏସ୍‌କିକୁ  ମ୍ୟୁନିସିପାଲିଟି ଭାବେ ଘୋଷଣା କରାଯାଇଛି। ରାଜ୍ୟରେ ବଢ଼ିଲା ମ୍ୟୁନିସିପାଲିଟି ଓ ଏନ୍‌ଏସ୍‌ସି ସଂଖ୍ୟା। ସେପଟେ ନୂଆପଡ଼ାବାସୀଙ୍କୁ ୧୧ଶହ ଏକ କୋଟି ଟଙ୍କା ପ୍ରକଳ୍ପ ଘୋଷଣା କରିଛନ୍ତି। 

ସୂଚନା ଅନୁଯାୟୀ, ଗତ ଅଗଷ୍ଟରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କରିଥିଲେ। ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସହିତ ବରଗଡ଼ ଜିଲ୍ଲାର ସହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର ମାନ୍ୟତା ମିଳିଥିଲା । ଆଜି ନୂଆପଡାରୁ ଆଉ ଦୁଇ ନୂଆ ଏନ୍ଏସ୍‌ସି ଏବଂ ଗୋଟିଏ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ।  କୋମନା ଓ ସିନାପାଲିକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ମିଳିଛି । ସେହିଭଳି ଖରିଆର ରୋଡ୍ ଏନ୍ଏସ୍‌କିକୁ ମ୍ୟୁନିସିପାଲିଟି ମାନ୍ୟତା ପାଇଛି।