ନୂଆଦିଲ୍ଳୀ,୧୯।୭: ଆଜି, ମେଟାର ଦୁଇଟି ସୋସିଆଲ ମିଡିଆ ପ୍ଲାଟଫର୍ମ, ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ହଠାତ୍ କାମ କରିବା ବନ୍ଦ କରିଦେଇଥିଲା, ଯାହା ଫଳରେ ସାରା ବିଶ୍ୱରେ ୟୁଜରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ଯେଉଁଭଳି କଷ୍ଟକର ଥିଲା ଫେସବୁକ୍ରେ ବି କିଛି ପୋଷ୍ଟ କିମ୍ବା ଅପଲୋଡ୍ କରିବା ସମ୍ଭବ ହୋଇଥିଲା। ଏହି ଆଉଟରେଜ୍ର ପ୍ରଭାବ ଭାରତ, ଆମେରିକା ଏବଂ ସିଙ୍ଗାପୁର ସମେତ ଅନେକ ଦେଶରେ ଅନୁଭୂତ ହୋଇଥିଲା।
ଡାଉନ ଡିଟେକ୍ଟର ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୨ଟା ୨୦ ବେଳେ ଭାରତରେ ଫେସବୁକ୍ ଇନଷ୍ଟାଗ୍ରାମରେ ଡାଉନ୍ ନେଇ ଅଭିଯୋଗ ରିପୋର୍ଟ କରାଯାଇଛି। ୟୁଜରମାନେ ରିପୋର୍ଟ କରିଛନ୍ତି ଯେ ସେମାନଙ୍କର ଫିଡ୍ ରିଫ୍ରେଶ୍ ହେଉନଥିଲା, ଆପ୍ର କିଛି ଅଂଶ ମଧ୍ୟ ଖୋଲିନଥିଲା। ସିଧାସଳଖ ମେସେଜ୍ (DM) ପଠାଇବାରେ ବି ସମସ୍ୟା ଆସିଥିଲା। ତେବେ ଏହି ସମସ୍ୟା ସମସ୍ତ ଉପଭୋକ୍ତାଙ୍କୁ ପ୍ରଭାବିତ କରୁଥିବା ପରି ମନେ ହେଉନାହିଁ। କେତେକ ଆପ୍ ଖୋଲିପାରିଲେ କିନ୍ତୁ ଅନେକ ଫିଚର୍ସ କାମ କରୁନଥିଲା। ତେବେ ଇନଷ୍ଟାଗ୍ରାମ୍ରେ କିନ୍ତୁ କିଛି ବି ଅପଲୋଡ୍ କରିବା ସମ୍ଭବ ହୋଇନଥିଲା।
ରିପୋର୍ଟ ଅନୁଯାୟୀ, ସମସ୍ୟା କେବଳ ଇନଷ୍ଟାଗ୍ରାମରେ ସୀମିତ ନଥିଲା, ଫେସବୁକ୍ ମଧ୍ୟ ପ୍ରଭାବିତ ହୋଇଥିଲା। ଫେସବୁକ୍ ୟୁଜର ମଧ୍ୟ ଆପ୍ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୱେବସାଇଟ୍ ଏବଂ ଆପ୍ ଖୋଲିବା, ନ୍ୟୁଜ୍ ଫିଡ୍ ଲୋଡ୍ ନ ହେବା ଏବଂ ଆକାଉଣ୍ଟ ଫିସର୍ଚ ଆକ୍ସେସ୍ କରିବା ଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଏହି ସମସ୍ୟା ନେଇ ମେଟା ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।