ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନ୍ୟାୟପାଳିକା ଉପରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ସାର୍ବଜନୀନ ହେବ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମ୍ପତ୍ତି

Published By : Swapna Ray | April 3, 2025 3:05 PM

ନୂଆଦିଲ୍ଲୀ, ୩।୪: ନିଜର ସବୁ ସମ୍ପତ୍ତିରୁ ସାର୍ବଜନୀନ କରିବେ ସର୍ବୋଚ୍ଚ ନ୍ୟାୟାଳୟର ୩୩ ଜଣ ବିଚାରପତି । ସ୍ୱଚ୍ଛତା ଏବଂ ନ୍ୟାୟପାଳିକା ପ୍ରତି ଉପରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବାକୁ ଏଭଳି ନିଷ୍ପତ୍ତି ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ  । ସୁପ୍ରିମକୋର୍ଟର ସରକାରୀ ୱେବସାଇଟରେ ଅପଲୋଡ୍ କରାଯିବ ସମ୍ପତ୍ତିର ତାଲିକା । ସୁପ୍ରିମକୋର୍ଟର ୩୩ ଜଣ ବିଚାରପତି ସେମାନଙ୍କର ସମ୍ପତ୍ତିର ବିବରଣୀ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି । 

ଏପ୍ରିଲ ୧ରେ ଅନୁଷ୍ଠିତ ପୂର୍ଣ୍ଣ-କୋର୍ଟ ବୈଠକରେ, ବିଚାରପତିମାନେ ଭାରତର ମୁଖ୍ୟ ବିଚାରପତିଙ୍କ ନିକଟରେ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଘୋଷଣାଗୁଡ଼ିକୁ ସୁପ୍ରିମକୋର୍ଟର ସରକାରୀ ୱେବସାଇଟରେ ଅପଲୋଡ୍ କରାଯିବ ବୋଲି ଜଣାପଡ଼ିଛି । ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ସୂଚନା ଖୁବ୍ ଶୀଘ୍ର ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ । ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରୁଥିବା ସମୟରେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ସରକାରୀ ପରିସରରେ ନଗଦ ଆବିଷ୍କାର ହୋଇଥିବା ଅଭିଯୋଗକୁ ନେଇ ବିବାଦ ପରେ ଏହି ନିଷ୍ପତ୍ତି ନିଆଯାଇଛି । 

କହିରଖୁ କି, ବିଚାରପତିଙ୍କ ସମ୍ପତ୍ତି ଘୋଷଣା ପ୍ରକାଶ କରିବା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ଯଥାସମ୍ଭବ ଚୂଡ଼ାନ୍ତ ହେବ । ବର୍ତ୍ତମାନ, ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କର ସମ୍ପତ୍ତି ଘୋଷଣା ଦାଖଲ କରିଛନ୍ତି । ତଥାପି, ଏହି ଘୋଷଣାଗୁଡ଼ିକୁ ସାର୍ବଜନୀନ କରାଯାଇନାହିଁ । ପୂର୍ବରୁ, ୨୬ ଅଗଷ୍ଟ ୨୦୦୯ରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତିମାନେ ସେମାନଙ୍କ ସମ୍ପତ୍ତିର ବିବରଣୀ ସାର୍ବଜନୀନ କରିଥିଲେ । ଏବେ ମଧ୍ୟ ବିଚାରପତିମାନେ ଏ ବିଷୟରେ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାନ୍ତି, କିନ୍ତୁ ଏହାକୁ ସାର୍ବଜନୀନ କରାଯାଏ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.