କୋରାପୁଟ, ୩୦/୦୫ : ମୃତ୍ୟୁ ମୁହଁରୁ ଫେରିଲା କୁନି ଜୀବନ। ୭ ମାସର ଶିଶୁ ତଣ୍ଟିରୁ ବାହାରିଲା କ୍ଲିପ୍। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅସ୍ତ୍ରୋପଚାର ସଫଳ ହୋଇଛି। ଏବେ ଶିଶୁଟି ବିପଦମୁକ୍ତ ଅଛି। 

୭ ମାସର ଏକ ଶିଶୁ ଖେଳୁଥିବା ବେଳେ ଏକ କ୍ଲିପ ଗିଳିଦେଇଥିଲା। କ୍ଲିପ୍ ଟି ତଣ୍ଟିରେ ଲାଗିଯିବାରୁ ଶ୍ବାସକ୍ରିୟାରେ ସମସ୍ୟା ହୋଇଥିଲା। ପରିବାର ଲୋକେ ଶିଶୁକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଶିଶୁର ଜୀବନ ବଞ୍ଚାଇବାକୁ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଇଏନଟି ବିଭାଗର ଡାକ୍ତର ରାଜେଶ କର, ଡାକ୍ତର ଗୋପାଳ ନାୟକ ଏବଂ ସେମାନଙ୍କ ଦଳ ଅସ୍ତ୍ରୋପଚାର କରି ସଫଳତାର ସହ କ୍ଲିପ୍ ଟିକୁ ବାହାର କରିଛନ୍ତି। ବର୍ତ୍ତମାନ ଶିଶୁ ବିପଦମୁକ୍ତ ଥିବା ଜଣାପଡ଼ିଛି। ଏହି ସଫଳତା ପାଇଁ ଡାକ୍ତରୀ ଦଳକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଆହୁରି ପଢନ୍ତୁସ୍ତ୍ରୀକୁ ପିଟିପିଟି ମାରିଦେବା ପରେ ଆତ୍ମହତ୍ୟା କଲା ସ୍ଵାମୀ, ଜଙ୍ଗଲରୁ ମୃତଦେହ ଉଦ୍ଧାର

IPL ରେକର୍ଡ ବ୍ରେକର ବୈଭବ ସୂର୍ଯ୍ୟବଂଶୀ, ଚମତ୍କାର ବ୍ୟାଟ ସୁଇଙ୍ଗ ପଛର ରହସ୍ୟ କ'ଣ ?