ନୂଆଦିଲ୍ଲୀ : ମଣିପୁରରେ ସଦ୍ୟ ଅସ୍ଥିରତା ଓ ସଙ୍କଟ ଲଗାତାର ବଢି ଚାଲିଛି। ଏହି ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନାଗା ସଂପ୍ରଦାୟର ନେତାଙ୍କୁ ଶାନ୍ତି ସ୍ଥାପିତ କରିବା ଦିଗରେ ପ୍ରମୁଖ ଭୂମିକା ନିଭାଇବାକୁ ଅପିଲ କରିଛନ୍ତି। ସେନାପତି ଜିଲ୍ଲାର ମରାମ ଅଞ୍ଚଳରେ ଆୟୋଜିତ ୪୨ତମ ମରାଲୁଇ କରଲିମଇ ସ୍ୱିଜୋଇକଙ୍ଗ (ଏମକେଏସ) ମହା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମସ୍ୟା ଗୁଡ଼ିକର ସମାଧାନ ଓ ଶାନ୍ତିର ପ୍ରତିଷ୍ଠା ପାଇଁ ଏକ ୩ୟ ପକ୍ଷର ଆବଶ୍ୟକତା ରହିଛି। ସେ କହିଛନ୍ତି, ଚର୍ଚ୍ଚ ଓ ସାଂପ୍ରଦାୟିକ ନେତାଙ୍କୁ ଏବେ ଦାୟିତ୍ୱ ନେବାକୁ ହେବ, ଯେଉଁଥିରେ ରାଜ୍ୟରେ ଶାନ୍ତି ସ୍ଥାପିତ କରାଯାଇ ପାରିବ।
ବିରେନ ସିଂହ ଆହୁରି କହିଛନ୍ତି , ମଣିପୁର ସରକାର ସମ୍ୱିଧାନ ଓ ନିୟମ ଅନୁସାରେ, ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ସଂପୂର୍ଣ୍ଣ ରୂପେ ପ୍ରତିବଦ୍ଧ। ସେ କହିଛନ୍ତି, ଯାହା କିଛି ବି ହୋଇଛି, ତାହା ପୁରୁଣା କଥା। ଏବେ ସମୟ ଆସିଛି କି, ଆମେ ପଛ ଭୁଲକୁ ଭୁଲି ଶାନ୍ତିର ରାସ୍ତାକୁ ଫେରିବା। ରାଜ୍ୟର ସବୁ ନିବାସୀଙ୍କର ଏକତା ଓ ସାମୂହିକ ପ୍ରୟାସର ଆବଶ୍ୟକ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେ ସରକାରଙ୍କ ପକ୍ଷରୁ ଶାନ୍ତି ବଜାୟ ରଖିବାକୁ ସବୁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଏବଂ ତାଙ୍କୁ ସଂପ୍ରଦାୟର ସମର୍ଥନ ଦରକାର।
ମୁଖ୍ୟମନ୍ତ୍ରୀ ୯୦ ଦଶକର କୁକି ଓ ନାଗା ସଂଘର୍ଷର ଉଦାହରଣ ଦେଇ କହିଛନ୍ତି ଯେ, ସେହି ସମୟରେ ମଧ୍ୟ ସମାଧାନ ବାହାର କରିବାକୁ ଚେଷ୍ଟା କରାଯାଇ ଥିଲା ଏବଂ ପୁଣି ଥରେ ସେ ନାଗା ନେତା ଓ ସଂପ୍ରଦାୟର ସମର୍ଥନକୁ ଅପେକ୍ଷା କରିଛନ୍ତି। ବିରେନ ସିଂହ ସଂପ୍ରଦାୟକୁ ଅନୁରୋଧ କରିଛନ୍ତି କି, ଶାନ୍ତି ପାଇଁ ଚେଷ୍ଟା କଲେ କିଛି ସମାଧାନରେ ପହଞ୍ଚି ପାରିବା।