ଗୋପାଳପୁର,୨୭।୧ : ଦୁର୍ଘଟଣାଗସ୍ତ ବାଇକ ଆରୋହୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଗୋପାଳପୁର ନିକଟସ୍ଥ ଅଙ୍କୁଲି ବାଇପାସ୍ ରାସ୍ତାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଯାଉଥିଲେ। ଅଙ୍କୁଲି ବାଇପାସ୍ ରାସ୍ତାରେ ଜଣେ ବାଇକ ଚାଳକ ଦୁର୍ଘଟଣାରେ ଆହତ ଅବସ୍ଥାରେ ପଡିଥିବାର ଦେଖିଥିଲେ। ମନ୍ତ୍ରୀ ନିଜ ଗାଡି ଅଟକାଇ ଆହତଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଏସକର୍ଟ ଗାଡିରେ ଏମକେସିଜି ମେଡିକାଲକୁ ନେଇଥିଲେ।ମେଡିକାଲରେ ତୁରନ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ଦେବା ପାଇଁ ମେଡିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।