ନୂଆଦିଲ୍ଲୀ, ୨୫/୧ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ବାୟୂର ଗୁଣବତ୍ତା ଖରାପ ହେବାରେ ଲାଗିଥିବାବେଳେ ଏହାକୁ ନେଇ ଚିନ୍ତ୍ର ପ୍ରକଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି କି, ଆମେ ବାୟୂ ପ୍ରଦୂଷଣକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛେ । ଯାହା ଆମର ସ୍ବାସ୍ଥ୍ୟ ଏବଂ ଅର୍ଥନୀତି ଉପରେ ପ୍ରଭାବ ପକାଉଛି । ପିଲାଙ୍କଠାରୁ ବୟସ୍କ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ କଷ୍ଟ ଜୀବନ ବିତାଉଛନ୍ତି । ବିଶେଷ କରି ଦିନ ମଜୁରିଆ ଏବଂ ଶ୍ରମିକଙ୍କ ଜୀବିକା ଉପରେ ବିଶେଷ ଭାବେ ପ୍ରଭାବ ପକାଉଛି । ଶୀତ ଋତୁରେ ଏଭଳି ସଙ୍କଟ ଦେଇ ଆମେ ଗତି କରୁଥିବାବେଳେ ଏହା ବିପକ୍ଷରେ ସ୍ବର ଉଠାଇବା ଜରୁରୀ । ଏଣୁ ଆପଣମାନେ ସମସ୍ତେ ଏହା ବିରୋଧରେ ସ୍ବର ଉଠାଇବା ନିହାତି ଦରକାର । ତେବେ ରାହୁଲ ନିଜର ଏକ୍ସରେ ପୋଷ୍ଟ କରି ସମାଲୋଚନା କରୁଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି ।
We are paying a heavy price for air pollution - with our health and with our economy. Crores of ordinary Indians bear this burden every day.
— Rahul Gandhi (@RahulGandhi) January 25, 2026
Children and the elderly suffer the most. Livelihoods, especially of construction workers and daily wage earners are severely impacted.…
ସେପଟେ ୧୦୦ ଦିନ ପରେ ଦିଲ୍ଲୀରେ ବାୟୂର ଗୁଣବତ୍ତାରେ ଉନ୍ନତ ହୋଇଛି । ଶୁକ୍ରବାର ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ପରେ ଟିକେ ଆଶ୍ବସ୍ତିତ ମିଳିଛି । ଶନିବାର, AQI ୨୪୨ ରୁ ୨୫୬ ମଧ୍ୟରେ ରେକର୍ଡ କରାଯାଇଥିଲା, ଯେତେବେଳେ ଅପରାହ୍ନ ସୁଦ୍ଧା ଏହା ପ୍ରାୟ ୧୯୦ ଥିଲା । ଏହାସ ରବିବାର ଅପରାହ୍ନରେ, ଦିଲ୍ଲୀର AQI ୧୫୫ ରେକର୍ଡ କରାଯାଇଛି ।
ଏହାସହ ପଢ଼ନ୍ତୁ : ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ : ବିଜେଡି କରିବ ଆନ୍ଦୋଳନ