ଭୁବନେଶ୍ବର,୨୫/୧ : ପିଏସି ବୈଠକରେ ନିଷ୍ପତ୍ତି । ବିଜେଡ଼ି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ । ଏନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିଛି । ଚାଷୀ ଆଜି ହନ୍ତସନ୍ତ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ । ଏ ଦୁଇ ପ୍ରସଙ୍ଗରେ ବିଜେଡ଼ି ନୀରବ ହୋଇ ବସିପାରିବ ନାହିଁ । ଗତ ବିଧାନସଭା ବୈଠକରେ ଆମେ ପ୍ରସଙ୍ଗ ଉଠାଇଥିଲୁ କିନ୍ତୁ ଫଳ କିଛି ହେଲାନାହିଁ । ଆମେ ରାଜରାସ୍ତାକୁ ଓହ୍ଲାଇବୁ ।

ଖରିଫ ଋତୁରେ ଚାଷ ଆରମ୍ଭ ପୂର୍ବରୁ ସାର ମିଳିଲା ନାହିଁ । ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇ ପାରୁନାହାନ୍ତି ସରକାର । ସରକାରଙ୍କ ଧାନ ସଂଗ୍ରହ ନୀତି ବିପର୍ଯ୍ୟସ୍ତ । ଚାଷୀଙ୍କ ଠାରୁ ଧାନ ସଂଗ୍ରହରେ ସରକାର ବିଫଳ । ଶନିବାର ସଂନ୍ଧ୍ୟାରେ ଆସିଥିବା ଭାରତ ସରକାରଙ୍କ ରିପୋର୍ଟ କହୁଛି, ଚଳିତ ବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜୀକୃତ ହେଲେ। ନଭେମ୍ବର ୨୮ରୁ ଧାନ ସଂଗ୍ରହ ହେଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ମାତ୍ର ୫ ଲକ୍ଷ ୯୭ ହଜାର ୪୨୦ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି । ଯାହାକି ମାତ୍ର ୨୯ ପ୍ରତିଶତ।

ମାତ୍ର ୨୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ସରକାର ୭୩ ଲକ୍ଷ ମେଟ୍ରିକ ଟନ୍ ଟାର୍ଗେଟ ରଖିଛନ୍ତି । ସରକାର କହୁଛନ୍ତି ମାର୍ଚ୍ଚ ଯାଏ ଧାନ କିଣିବେ। କିନ୍ତୁ ସାଧାରଣ ତମ ଜ୍ଞାନ ନାହିଁ ଯେ ଫେବ୍ରୁଆରିରୁ ଡାଳୁଅ ଧାନ ଆରମ୍ଭ ହୋଇଯାଏ । ଛତିଶଗଡ଼ରେ ୮୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଟାର୍ଗେଟ ରଖିଥିଲେ । କିନ୍ତୁ ୧୨୬ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ।