ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଶ୍ରୀମନ୍ଦିର ଭିତର କାଠ ଦର୍ଶନ ବ୍ୟବସ୍ଥାକୁ ନେଇ ଦ୍ୱନ୍ଦ, କେବେ ହେବ ଠେଲାପେଲାର ଅବସାନ

Published By : Rasmita Pradhan | October 16, 2024 9:43 AM

ପୁରୀ, ୧୬/୧୦ : ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ବେଳେ ଲାଗି ରହୁଥିବା ଠେଲାପେଲାର ଅବସାନ କେବେ ହେବ । ତାହାକୁ ନେଇ ସରକାରଙ୍କ ଜରୁରି ପଦକ୍ଷେପର ଅବଶ୍ୟକତା ରହିଛି । ତେବେ କାର୍ତ୍ତିକ ପରେ ଏନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ଭିତର କାଠ ଓ ବାହାର କାଠ ଦର୍ଶନ ବ୍ୟବସ୍ଥା କିପରି ହେବ ତାହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । ଅନ୍ୟପଟେ ବାହାର କାଠ ବା ନାଟମଣ୍ଡପରେ ଶ୍ରଦ୍ଧାଳୁମାନେ ଯେପରି ବିନା ଠେଲାପେଲାରେ ଠାକୁର ଦର୍ଶନ କରିବେ ସେଥିନିମନ୍ତେ ଏକ ନକ୍ସା ପ୍ରସ୍ତୁତ ହୋଇଥିବା ବେଳେ ଭିତର କାଠ ପର୍ଯ୍ୟନ୍ତ ଦର୍ଶନ ନିମନ୍ତେ କୌଣସି ନକ୍ସା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନି । ମହାପ୍ରଭୁଙ୍କ ନୀତିକାନ୍ତିକୁ ପାରମ୍ପରିକ ବ୍ୟବସ୍ଥାରେ କରିବା ଓ ନାଟମଣ୍ଡପରେ ସ୍ୱତନ୍ତ୍ର ବ୍ୟାରିକେଡ୍‌ ଯୁକ୍ତ ରାମ୍ପ ବ୍ୟବସ୍ଥା ପ୍ରଶାସନ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହେବ । 

ନିକଟରେ ମୁଖ୍ୟ ପ୍ରଶାସକ ବାହାର କାଠ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ନେଇ ମତ ରଖିଥିଲେ । ରାଜ୍ୟ ଆଇନମନ୍ତ୍ରୀ ମଧ୍ୟ ଏନେଇ ମତ ରଖି ସାରିଛନ୍ତି । ସାତ ପାହାଚରୁ ଶ୍ରଦ୍ଧାଳୁ ର‌୍ୟାମ୍ପ ଦେଇ ସ୍ୱତନ୍ତ୍ର ଧାଡ଼ିରେ ଯାଇ ଠାକୁର ଦର୍ଶନ କରିବା ପରେ ଘଣ୍ଟି ଦ୍ୱାର ବାଟେ ବାହାରି ଯିବେ ବୋଲି ସେମାନେ ମତ ରଖିଛନ୍ତି । ମାତ୍ର ଭିତର କାଠ ପର୍ଯ୍ୟନ୍ତ ହେଉଥିବା ପେଲାଠେଲାକୁ ଶୃଙ୍ଖଳିତ କରିବା ନିମନ୍ତେ କୌଣସି ନକ୍ସା ହୋଇଛି ନା ନାହିଁ ତାହା ସେମାନେ ସ୍ପଷ୍ଟ କରିନାହାନ୍ତି । ସାତ ପାହାଚ ପୂର୍ବରୁ ବ୍ୟାରିକେଡ୍‌ କରାଯାଇ ଦେଉଳ ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ପ୍ରର୍ଯ୍ୟାୟ କ୍ରମେ ଅଳ୍ପ ଅଳ୍ପ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ନିମନ୍ତେ ବଡ଼ଦେଉଳ ଭିତରକୁ ଛଡ଼ା ଯାଉଛି । ଯେପରି ଭିଡ଼ ନହେବ ସେଥିନିମନ୍ତେ ଜୟ ବିଜୟ ଦ୍ୱାର ଆଗରୁ ମଧ୍ୟ ରଶି ଓ ବାଡ ପକାଇ ରୋକା ଯାଉଛି । ହେଲେ ଏହା ପରେ ଆଉ ଭିଡ଼ ନିୟନ୍ତ୍ରଣ ନିମନ୍ତେ ବ୍ୟବସ୍ଥା ନାହିଁ । ଭିଭିଆଇପି ଦର୍ଶନ ନିମନ୍ତେ ନାଟ ମଣ୍ଡପରେ ରହିଥିବା ଗଳାବାଟ ମଧ୍ୟ ବନ୍ଦ ହୋଇନି । ତେଣୁ ଏସବୁ କଥାକୁ ମଧ୍ୟ ପ୍ରଶାସନକୁ ଧ୍ୟାନ ଦେବାକୁ ପଡ଼ିବ । ତେଣୁ କାର୍ତ୍ତିକ ପରେ ପ୍ରଶାସନିକ ର‌୍ୟାମ୍ପ ବ୍ୟବସ୍ଥାକୁ ଦେଖିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.