ନୂଆଦିଲ୍ଲୀ,୨୯।୧୧: ମଧ୍ୟ ପ୍ରଦେଶରେ ଗତ କିଛି ଦିନ ତଳେ କଫ ସିରପ ଖାଇବା ପରେ ଅନେକ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ରାଜ୍ୟ ଏବଂ ସାରା ଦେଶରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। କେନ୍ଦ୍ର ସରକାର ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏହି ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଅନୁସାରେ, ସାରା ଦେଶରେ ଔଷଧ ବିକ୍ରେତା ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କଫ ସିରପ୍ ବିକ୍ରି କରିପାରିବେ ନାହିଁ। ସରକାରଙ୍କ ସର୍ବୋଚ୍ଚ ନିୟାମକ ପ୍ରାଧିକରଣ, ଔଷଧ ପରାମର୍ଶଦାତା କମିଟି, ଏହାର ୬୭ ତମ ବୈଠକରେ କଫ ସିରପର ଅନିୟନ୍ତ୍ରିତ ବିକ୍ରୟକୁ ରୋକିବା ପାଇଁ ନିଷ୍ପତ୍ତି ନେଇଛି, ଯାହା ଫଳରେ ଏହା ସାରା ଦେଶରେ ସହଜରେ ଉପଲବ୍ଧ ହେବନି। ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ଓଭର-ଦି-କାଉଣ୍ଟର ପରିବର୍ତ୍ତେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ସହିତ ଔଷଧ କିଣିବାକୁ ଉତ୍ସାହିତ କରିବା।
ଏପର୍ଯ୍ୟନ୍ତ ଅଧିକାଂଶ କଫ୍ ସିରପ୍ ‘ଓଭର ଦ କାଉଣ୍ଟର’ ବିକ୍ରି କରାଯାଉଥିଲା, କିନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ପରେ ଏବେ ଲଗାମ ଲଗାଇ ଦିଆଯାଇଛି। ସରକାରଙ୍କ ଶୀର୍ଷ ନିୟାମକ ଔଷଧ ପରାମର୍ଶ କମିଟି ୬୭ ତମ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ଏହା ଅନୁସାରେ, ଏପର୍ଯ୍ୟନ୍ତ କଫ୍ ସିରପ୍କୁ ସେହି ଔଷଧ ଶ୍ରେଣୀରୁ ବାହାର କରାଯାଇଛି, ଯାହାକୁ ଓଭର ଦ କାଉଣ୍ଟର କାଟାଗୋରୀରୁ ବାହାରେ ରଖାଯାଇଛି।
ଦେଶ ଓ ଦେଶ ବାହାରେ କଫ ସିରପ୍ ଖାଇବା ପରେ ଶିଶୁଙ୍କ ମୃତ୍ୟୁର ଅନେକ ଘଟଣା ସାମନାକୁ ଆସିଥିଲା। ଏହି ମୃତ୍ୟୁଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ମଧ୍ୟ ଖରାପ କରିଛି, ଯାହା ଫଳରେ ସରକାରଙ୍କୁ ଏହି ପଦକ୍ଷେପ ନେବାକୁ ପଡିଛି। ଏହା ସହ ସରକାରଙ୍କ ଚେଷ୍ଟା ଏହା ରହିଛି ଯେ, ବିକ୍ରେତାଙ୍କୁ ସିଧା ଔଷଧ କିଣନ୍ତୁ ଓ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଆଧାରରେ ହିଁ ଔଷଧ ନିୖନ୍ତୁ। ଏହାର ବହୁ ଲାଭ ରହିଛି। ନିଶ ପାଇଁ ଔଷଧ ବ୍ୟବହାର ଉପରେ ରୋକ ଲାଗିହେବ। ସେଭଳି ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ବହୁ ଲୋକ ଆଣ୍ଟିବାଓଟିକ୍ ବ୍ୟବହାର କରନ୍ତି। ଏହି କାରଣରୁ ପରେ ତାଙ୍କ ଉପରେ ଆଣ୍ଟିବାଓଟିକ୍ସର ପ୍ରଭାବ ପଡିନଥାଏ।