ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଦମ୍ପତ୍ତି

Published By : Gurupada Nath | June 8, 2025 8:26 PM

କୋକସରା,୮/୬ : ଜନ୍ମଦିନରେ କିଏ ମନ୍ଦିରରେ ଭଗବାନଙ୍କ ଦର୍ଶନ କରି ନିଜର ଜନ୍ମଦିନ ପାଳନ କରୁଥିବାବେଳେ ଆଉ କିଏ ସାଙ୍ଗସାଥିଙ୍କ ସହ ରେଷ୍ଟୁରାଣ୍ଟରେ ହାପି ବାର୍ଥଡେ ଖିଆ ପିଆ, ବୁଲା ବୁଲି କରି ନିଜର ଜନ୍ମଦିନ ପାଳନ କରୁଛନ୍ତି । ମାତ୍ର ରୋଗୀଙ୍କ ସେବା ପାଇଁ ସ୍ଵାମୀ ଓ ସ୍ତ୍ରୀ ନିଜର ରକ୍ତଦାନ କରି ଜନ୍ମଦିନକୁ ସ୍ମରଣୀୟ କରିଥିବା ଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି। 

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ବାଙ୍କିମୁଣ୍ଡା ଗ୍ରାମର ଭୋଳାନାଥ ଭର୍ତ୍ତିଆ ଓ ତାଙ୍କ ଧର୍ମପତ୍ନୀ ବାସନ୍ତି ସୁନାନୀ ସ୍ୱାମୀଙ୍କ ୪୪ତମ ଜନ୍ମଦିନରେ ଧର୍ମଗଡ଼ ରକ୍ତ ଭଣ୍ଡାରରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜରୁରୀକାଳୀନ ରୋଗୀଙ୍କ ପାଇଁ ଜନ୍ମଦିନକୁ ସମର୍ପିତ କରିଛନ୍ତି। ଭୋଳାନାଥ ଭର୍ତ୍ତିଆ ପେଶାରେ ଜଣେ ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ବାସନ୍ତୀ ବେହେରା ପଞ୍ଚାୟତ ଗଇତାପଡ଼ା ଅଙ୍ଗନୱ।ଡି କେନ୍ଦ୍ରରେ କର୍ମି ରହିଛନ୍ତି। ଭୋଳାନାଥ ଗ୍ରାମରକ୍ଷୀ ଭାବେ ନିୟୋଜିତ ହୋଇ ୨୫ବର୍ଷ ହୋଇଥିବାବେଳେ ପୁଲିସ ଚାକିରୀରେ ରକ୍ତଦାନର ମହତ୍ତ୍ୱକୁ ବୁଝିଛନ୍ତି। ସେ ୪୪ବର୍ଷ ମଧ୍ୟରେ ୨୫ଥର ରକ୍ତଦାନ କରି ରୋଗୀଙ୍କ ଜୀବନ ରକ୍ଷା କରିବାରେ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ କରି ଅଞ୍ଚଳରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। 

ସ୍ଵାମୀଙ୍କ ଜନ୍ମଦିନରେ ସ୍ୱାମୀଙ୍କ ମନୋବଳ ବଢାଇବାକୁ ଦୁଇ ପାଦ ଆଗେଇ ଯାଇ ତାଙ୍କ ପତ୍ନୀ ମଧ୍ୟ ରକ୍ତଦାନ କରିଥିଲେ। ଧର୍ମଗଡ଼ ରକ୍ତ ଭଣ୍ଡାରରେ ଦମ୍ପତ୍ତି ପହଞ୍ଚି ରକ୍ତଦାନ କରି ସମାଜକୁ ଜନ୍ମଦିନରେ କିଛି ମାନବ ସେବା କାର୍ଯ୍ୟ କରି ନିଜର ଜନ୍ମଦିନ ପାଳନ କରିବାକୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି । ଏହି ସମୟରେ ରକ୍ତଦାନ ସେବାରେ ସମର୍ପିତ ସୋସିଆଲ ୱେଲ ଫେୟାର ସଙ୍ଗଠନର ସ୍ବେଚ୍ଛାସେବୀ ଉମାକାନ୍ତ ସୁନାନୀ, ସାମ୍ବାଦିକ ଢଗ ନାଏକ, ବାଳକୃଷ୍ଣ ନାଏକ ଓ ଅନ୍ୟମାନେ ଉପସ୍ଥିତ ରହି ରକ୍ତଦାନ କରିଥିବା ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.