କେନ୍ଦୁଝର, ୨୪।୬ : ଗଛ ତଳେ ବସିଥିବା ବେଳେ ବଜ୍ରପାତରେ ଚାଲିଗଲା ଦମ୍ପତିଙ୍କ ଜୀବନ। ଦମ୍ପତି ହେଲ ବାଂଶପାଳ ବ୍ଳକ ବଲାଣୀପଶି ଗ୍ରାମ ପଞ୍ଚାୟତ ବରହାକୁଦର ଗାଁ ର ପିଅନ ଗାୟାଁ ଓ ତାଙ୍କ ସ୍ତ୍ରୀ ନାଣ୍ଡି ଗାୟାଁ । ଉଭୟ ଗଛତଳେ ବସିଥିବା ବେଳେ ବଜ୍ରପାତର ଶିକାର ହୋଇଥିଲ। ଉଭୟଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ଛାତ୍ରସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ କ୍ୟାମ୍ପସ୍ :୨୫...