କେନ୍ଦୁଝର, ୨୪।୬ : ଗଛ ତଳେ ବସିଥିବା ବେଳେ ବଜ୍ରପାତରେ ଚାଲିଗଲା ଦମ୍ପତିଙ୍କ ଜୀବନ। ଦମ୍ପତି ହେଲ ବାଂଶପାଳ ବ୍ଳକ ବଲାଣୀପଶି ଗ୍ରାମ ପଞ୍ଚାୟତ ବରହାକୁଦର ଗାଁ ର ପିଅନ ଗାୟାଁ ଓ ତାଙ୍କ ସ୍ତ୍ରୀ ନାଣ୍ଡି ଗାୟାଁ । ଉଭୟ ଗଛତଳେ ବସିଥିବା ବେଳେ ବଜ୍ରପାତର ଶିକାର ହୋଇଥିଲ। ଉଭୟଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।