ଗୌହାଟୀ, ୨୫/୧ : ଟିମ ଇଣ୍ଡିଆର ଦମଦାର ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଜିତିଲା ଭାରତ । ୧୫୪ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଭାରତ ମାତ୍ର ୧୦ ଓଭରରେ ଏହାକୁ ପୂରଣ କରିଛି ଭାରତ । ୮ ଓ୍ବିକେଟରେ ଦଳର ବଡ଼ ବିଜୟ ହୋଇଥିବାବେଳେ ବିସ୍ଫୋରକ ବ୍ୟାଟିଂ କରିଥିଲେ ଅଭିଶେକ ଶର୍ମା । ସେ ୨୦ ବଲରୁ ୬୮ ରନ କରି ଅପରାଜିତ ରହିଛନ୍ତି । ପ୍ରଥମରୁ ଭାରତକୁ ବ୍ୟାଟିଂରେ ଝଟକା ଲାଗିଥିଲା । ସଞ୍ଜୁ ସାମସନ ଖାତା ଖୋଳିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ପରେ ଇଶାନ କିଶାନ ୧୩ ବଳରୁ ୨୮ ରନ କରିଥିଲେ ।

ତେବେ ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ସେ ୨୬ ବଲରୁ ୫୭ ରନ କରି ଅପରାଜିତ ରହିଛନ୍ତି । ବଡ଼ ବଡ଼ ସଟ ଖେଳି ଉଭୟ ଭାରକୁ ମ୍ୟାଚ୍ ଜିତାଇଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୦ରେ ଆଗୁଆ ରହିବା ସହ ସିରିଜକୁ କବଜା କରିଛି । ଆଗକୁ ଟି-୨୦ ବିଶ୍ବକପ ଥିବାବେଳେ ଭାରତର ଏଭଳି ପ୍ରଦର୍ଶନ ଶୁଭ ଖବର ଦେଉଛି ନିଶ୍ଚୟ । ସେପଟେ ଆଜିର ମ୍ୟାଚରେ ବୁମରା ୩ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ରବି ବିଷ୍ନୋୟୀ ଏବଂ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଫଳରେ କିଓ୍ବି ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୧୦ ଓଭରରେ ଭାରତ ୧୫୫ ରନର କରିବା ସହ ମ୍ୟାଚକୁ ଜିତି ନେଇଛି । ବାକି ୨ଟି ମ୍ୟାଚରେ ବିଜୟୀ ହୋଇ ଘରୋଇ ମାଟିରେ କ୍ଲିନସୁଇପ ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ ।

ଏହାସହ ପଢ଼ନ୍ତୁ : ସାବାସ୍ ପାଣ୍ଡ୍ୟା : ଭାଇରାଲ ହେଉଛି ହାର୍ଦ୍ଦିକଙ୍କ ଦମଦାର କ୍ୟାଚ୍