ଗୌହାଟୀ, ୨୫/୧ : ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ଖେଳୁଛି ଭାରତ । ୧୫୩ ରନ କରିଛି ଭ୍ରମଣକାରୀ ଦଳ । ଏହି ମ୍ୟାଚରେ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ବୋଲରଙ୍କ ସହ ସୁନ୍ଦର ଫିଲ୍ଡିଂ ମଧ୍ୟ ଦେକିବାକୁ ମିଳିଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ସୁନ୍ଦର କ୍ୟାଚ ଧରିଥିଲେ । ପ୍ରଥମ ଓଭରରେ ହର୍ଷିତ ରାଣାଙ୍କ ବଲରେ ବଡ଼ ସଟ ଖେଳିବାକୁ ପ୍ରୟାସ କରିଥିଲେ ଡେଭନ କନଓ୍ବେ । ମାତ୍ର ପାଣ୍ଡ୍ୟାଙ୍କ ହାତରେ ଧରା ପନିଯାଇଥିଲେ । ସେ ଏକ ସୁନ୍ଦର କ୍ୟାଚ ନେଇଥିବାବେଳେ ଫ୍ୟାନ୍ସମାନେ ତାଙ୍କୁ ଉତ୍ସାହିତ କରିଥିଲେ । ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

 

ବ୍ୟାଟିଂ ବୋଲିଂ ସାଭ୍ଗକୁ ଫିଲ୍ଡିରେ କମାଲ କରିଛନ୍ତି ପାଣ୍ଡ୍ୟା । ମିଡଅଫରେ ବଡ଼ ସଟ୍ ଖେଳୁଥିବାବେଳେ ଡ୍ରାଇଭ ମାରିବା ସହ ଉଡ଼ି ଏହି କ୍ୟାଚ ନେଇଛନ୍ତି । ଆଗକୁ ଟି-୨୦ ବିଶ୍ବକପ ହେବାକୁ ଥିବାବେଳେ ପାଣ୍ଡ୍ୟାଙ୍କ ଏଭଳି ଫିଲ୍ଡି ଦଳର ମନୋବଳକୁ ବଢ଼ାଇଛି । ପୂର୍ବରୁ ଦୁଇଟି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଫିଲ୍ଡିଂ ନୈରାଶ୍ୟଜନକ ଥିଲା । ଯାହାକୁ ନେଇ ଅନେକ ସମାଲୋଚନା କରାଯାଇଥିଲା । ଏପରିକି ପ୍ରଥମ ଟି-୨୦ରେ ଭାରତୀୟ ଦଳ ବିଶାଳ ସ୍କୋର କରିଥିବାବେଳେ ଖରାପ ଫିଲ୍ଡିଂ ପାଇଁ ୧୯୦ରେ ପହଞ୍ଚି ଯାଇଥିଲା ନ୍ୟୁଜିଲାଣ୍ଡ ।

ଏହାସହ ପଢ଼ନ୍ତୁ : ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ରହିଛି ଭୂମିକା