ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଦେଶକୁ ଗିଳିଦେଲେଣି ବିଦେଶୀ ହ୍ୟାକିଂ ନେଟୱାର୍କ : ୪ ବର୍ଷରେ ବଢିଗଲାଣି ୪ ଗୁଣା କେସ୍, ଆକାଶ ଛୁଆଁ ସାଇବର୍ ଅପରାଧ ଗ୍ରାଫ୍

Published By : Rasmita Pradhan | August 4, 2025 12:10 PM

ନୂଆଦିଲ୍ଲୀ, ୦୪/୦୮ : ଡିଜିଟାଲ୍ ଇଣ୍ଡିଆ ଉପରେ ସାଇବର୍ ଆଟାକ୍। ବଢୁଛି ସାଇବର୍ ଲୁଟେରାଙ୍କ ଦୌରାତ୍ମ୍ୟ। ସୁନିୟୋଜିତ ଷଡ଼ଯନ୍ତ୍ର ରଚୁଛନ୍ତି ସୀମା ପାର୍ ଆତଙ୍କୀ। ୪ ବର୍ଷରେ ବଢିଗଲାଣି ୪ ଗୁଣା କେସ୍। ଆକାଶ ଛୁଆଁ ସାଇବର୍ ଅପରାଧ ଗ୍ରାଫ୍। ମହାରାଷ୍ଟ୍ର-ୟୁପି ହଟ୍‌ସ୍ପଟ୍। ଅନଲାଇନ୍ ଫ୍ରଡ୍, ଡିଜିଟାଲ୍ ଆରେଷ୍ଟ, ସେକ୍ସଟର୍ସନ ଓ ସାଇବର୍ ଆଟାକ୍‌ରେ ସନ୍ତୁଳି ହେଲେଣି ସାଧାରଣ ଲୋକେ। ୨୦୨୧ରେ ରୁଜୁ ହୋଇଛି ୪.୫ ଲକ୍ଷ ମାମଲା। ୨୦୨୪ରେ ମାମଲା ସଂଖ୍ୟା ୨୨ ଲକ୍ଷକୁ ବୃଦ୍ଧି। ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଉପସ୍ଥାପନ କରିଥିବା ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲାସା। 

୨୦୨୫ ନସରୁଣୁ ୬ ମାସ ଭିତରେ ଆସିଲାଣି ମୁଣ୍ଡ ଘୂରାଇଦେବା ଭଳି ସାଇବର୍ ମାମଲା। ଜୁନ୍ ୩୦ ସୁଦ୍ଧା ରୁଜୁ ହୋଇଛି ୧୨ ଲକ୍ଷରୁ ଅଧିକ କେସ୍। ୨୦୨୧ ଓ ୨୦୨୨ କୁ ବି ପଛରେ ପକାଇଛି ୨୦୨୫ର ରେକର୍ଡ। ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ। ଚଳିତ ବର୍ଷ ମହାରାଷ୍ଟ୍ରରେ ରୁଜୁ ହୋଇଛି ୧.୬ ଲକ୍ଷ ମାମଲା। ଉତ୍ତର ପ୍ରଦେଶରେ ରୁଜୁ ହୋଇଛି ୧.୪ ଲକ୍ଷ କେସ୍। ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ। ଏଠାରେ ପ୍ରାୟ ୧ ଲକ୍ଷ କେସ୍ ରୁଜୁ ହୋଇଛି। ଗତ ୩ ବର୍ଷ ଭିତରେ ଏହି ୩ ରାଜ୍ୟ ସାଇବର୍ କ୍ରାଇମ୍‌ରେ ଯୁଝୁଛନ୍ତି। ସେହିପରି ଗତ ୪ ବର୍ଷ ଭିତରେ ଗୁଜରାଟରେ ୮୨୪%, ଓଡ଼ିଶାରେ ୭୮୩% ଏବଂ କର୍ଣ୍ଣାଟକରେ ୭୬୩% ଅଧିକ ମାମଲା ରୁଜୁ ହୋଇଛି। 

ସାଇବର୍ କ୍ରାଇମ୍ ନେଇ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଛୋଟ ପିଲାମାନେ ସବୁଠୁ ଅଧିକ ଶିକାର ହେଉଛନ୍ତି। ସୋସିଆଲ୍ ମିଡିଆ, ଚାଟ୍ ରୁମ୍ ଏବଂ ଅନଲାଇନ୍ ଗେମିଂକୁ ଅସ୍ତ୍ର କରି କମ୍ ବୟସ୍କଙ୍କୁ ଟାର୍ଗେଟ୍ କରାଯାଉଛି। ୨୦୧୮ ରୁ ୨୦୨୨ ଭିତରେ ୩ ହଜାରରୁ ଅଧିକ ଚାଇଲ୍ଡ ପର୍ଣ୍ଣୋଗ୍ରାଫି କେସ୍ ସାମ୍ନାକୁ ଆସିଛି। ୧୮ ବର୍ଷରୁ କମ୍ ଆୟୁ ବିଶିଷ୍ଟ ଶିଶୁଙ୍କ ବିରୋଧରେ ୫୦୦ ଷ୍ଟକିଂ କେସ୍ ଆସିଛି। ପିଲାଙ୍କ ଉପରେ ଅନଲାଇନ୍ କ୍ରାଇମ୍ ୨୫ ପ୍ରତିଶତ ବଢିଛି।

ଡାଟା ସିକ୍ୟୁରିଟି କାଉନସିଲ୍ ଅଫ ଇଣ୍ଡିଆର ରିପୋର୍ଟ କହୁଛି, ୨୦୨୪ରେ ଭାରତରେ ପ୍ରତି ମିନିଟ୍‌ରେ ୭୬୧ ସାଇବର୍ ଆଟାକ୍ ହୋଇଛି। ଏମାନଙ୍କ ଭିତରୁ ସବୁଠୁ ଅଧିକ ହେଲ୍‌ଥ କେୟାର, ହସ୍ପିଟାଲିଟି ଏବଂ ବ୍ୟାଙ୍କିଂ ସେକ୍ଟର ପ୍ରଭାବିତ ହୋଇଛି। ୨୦୨୫ରେ ପହଲଗାମ୍ ଟେରର ଆଟାକ୍ ପରେ ଦେଶରେ ୧୫ ଲକ୍ଷରୁ ଅଧିକ ସାଇବର୍ ଆଟାକ୍ ହୋଇଛି। ପ୍ରତିରକ୍ଷା, ବିଜୁଳି, ଦୂରସଞ୍ଚାର, ଆର୍ଥିକ ଏବଂ ପରିବହନ ସେକ୍ଟରକୁ ସବୁଠୁ ଅଧିକ ଟାର୍ଗେଟ୍ କରାଯାଉଛି। ଗୋଟିଏ ପଟେ ଠକେଇ ଏବଂ ଯୌନ ଶୋଷଣରେ ଲୋକେ ସନ୍ତୁଳି ହେଉଥିବା ବେଳେ ଅନ୍ୟପଟେ ବିଦେଶୀ ହ୍ୟାକିଂ ନେଟୱାର୍କ ଦେଶର ରଣନୈତିକ ସୁରକ୍ଷାକୁ ଗିଳି ଦେଲାଣି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.