ଭୁବନେଶ୍ଵର, ୩୦/୦୬ : ଆପଣ ନିଜ ଗର୍ଲଫ୍ରେଣ୍ଡ୍ ସହ ବ୍ରେକଅପ୍ କରିବାକୁ ଚାହୁଁଛନ୍ତି କି ? ହେଲେ ସାମ୍ନାରୁ କହିବାକୁ ସାହାସ ହେଉନି କି ? ତାହେଲେ ଚିନ୍ତା କରନ୍ତୁନି। ଆପଣ ଏକ କମ୍ପାନୀ ଠାରୁ ଏହି ସର୍ଭିସ୍ ନେଇ ପାରିବେ। ଏଥିପାଇଁ ଏହି କମ୍ପାନୀ ବ୍ରେକଅପ୍ ଅଫିସର ନିଯୁକ୍ତ କରୁଛି। ଏଥିପାଇଁ ମନ ଖୁସି କଲା ଭଳି ଆକର୍ଷଣୀୟ ଦରମା ପ୍ୟାକେଜ୍ ମଧ୍ୟ ରଖିଛି। ଏହି ବ୍ରେକଅପ୍ ଅଫିସର ଆପଣଙ୍କ ସମ୍ପର୍କ ଶେଷ କରିବାର ମାଧ୍ୟମ ପାଲଟିବେ। ବିନା କୌଣସି ଝିନଝଟରେ ସାମ୍ନା ବାଲାକୁ ବୁଝେଇ ଶୁଝେଇ ବ୍ରେକଅପ୍ କରିଦେବେ।
କଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ହଁ ଆଜ୍ଞା... Dating.com ନାମକ ଏକ କମ୍ପାନୀ ଚିଫ୍ ବ୍ରେକଅପ୍ ଅଫିସର ନାମରେ ଏହି ନିଯୁକ୍ତି ସୁଯୋଗ ବାହାର କରିଛି। ଏହି ଚାକିରି ସମ୍ପୂର୍ଣ୍ଣ ରୂପେ ୱାର୍କ ଫର୍ମ ହୋମ୍। ଏଥିପାଇଁ କମ୍ପାନୀ ମାସିକ ୨ ଲକ୍ଷ ୮୦ ହଜାର ଟଙ୍କା ଦରମା ବି ଦେବ। ତେବେ ଏଥିପାଇଁ କମ୍ପାନୀ କିଛି ସର୍ତ୍ତ ରଖିଛି। ଏହି ପୋଷ୍ଟ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଯୋଗାଯୋଗ ସ୍କିଲ ଭଲ ହୋଇଥିବା ଦରକାର। ଇମୋସନାଲ ଇଣ୍ଟେଲିଜେନ୍ସ ଏବଂ ଆଜିକାଲିର ଡେଟିଂ କଲଚର ଉପରେ ପୁରାପୁରି ଜ୍ଞାନ ଥିବା ଦରକାର। କେବଳ ସେତିକି ନୁହେଁ ଚିଫ୍ ବ୍ରେକଅପ୍ ଅଫିସରକୁ ଧାର୍ଯ୍ୟ କରିବାକୁ ହେବ ଯେ, ବ୍ରେକଅପ୍ ର ସ୍ଥିତି କଣ ? ଏହି ସମ୍ପର୍କ ସହଜରେ ଛିଣ୍ଡି ଯିବ ନା ବ୍ରେକଅପ୍ କରିବାକୁ ମୁସ୍କିଲ୍ ହେବ।
ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା କମ୍ପାନୀ ଏହି ପୋଷ୍ଟ ପାଇଁ ଅତି କମରେ ୩ ଥର ବ୍ରେକଅପ୍ ହୋଇଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଉଛି। ତେବେ ବ୍ରେକଅପ୍ ଅଫିସରଙ୍କୁ ରିଲେସନସିପ୍, ସିଚୁଏସନସିପ୍ ଏବଂ ଇଟସ୍ କମ୍ପ୍ଲିକେଟେଡ୍ ଭଳି ସମ୍ପର୍କ ଭିତରେ ତାରତମ୍ୟ ବାଛି ଆସୁଥିବା ଦରକାର। ବିଗିଡ଼ି ଯାଇଥିବା ସମ୍ପର୍କକୁ ସମ୍ମାନଜନକ ଉପାୟରେ ଛିନ୍ନ କରିଆସୁଥିବା ଦରକାର। ତେବେ ଏଭଳି ଅଜବ ନିଯୁକ୍ତି ପଛରେ କମ୍ପାନୀର ଏକ ଗଜବ ଉଦ୍ଦେଶ୍ୟ ରହିଛି। ଯାହା ଜାଣିଲେ ଆପଣଙ୍କୁ ବି ଖଟକା ଲାଗିବ।
ଏକ ସର୍ଭେ ଅନୁଯାୟୀ, ଜେନ୍-ଜି ଓ ୩୦-୪୫ ବର୍ଷ ବୟସର ପ୍ରାୟ ୮୪ ପ୍ରତିଶତ ଲୋକ ଏବେ ଘୋଷ୍ଟିଂର ଶିକାର ହେଉଛନ୍ତି। ଅର୍ଥାତ୍ କିଛି ଲୋକ କିଛି ନ କହି ହଠାତ୍ ସମ୍ପର୍କ କାଟି ଦେଉଛନ୍ତି। ଏହାକୁ ଘୋଷ୍ଟିଂ କୁହାଯାଉଛି। ସମ୍ପର୍କରେ ଏବେ ବିଶ୍ଵସନୀୟତା କୁଆଡ଼େ ହଜିଗଲାଣି। ତେଣୁ ଏହି ସମସ୍ୟାକୁ ସମ୍ମାନଜନକ ଉପାୟରେ ସମାଧାନ କରିବା ପାଇଁ Dating.com କମ୍ପାନୀ ଏହି ନିଯୁକ୍ତି ସୁଯୋଗ ବାହାର କରିଛି। ଏହି ଚାକିରି ଚର୍ଚ୍ଚାକୁ ଆସିବା ପରେ ଇଣ୍ଟରନେଟ୍ରେ ବିତର୍କ ଆରମ୍ଭ ହୋଇଛି। ତେବେ କମ୍ପାନୀର ଏହି ପ୍ରୟାସ ଆଗାମୀ ଦିନରେ ସଫଳ ହେବ ନା ଫ୍ଲପ୍ ହେବ, କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ଜଣାଇପାରିବେ।
ଆହୁରି ପଢନ୍ତୁ- ସ୍ଵପ୍ନରେ ଭଗବାନଙ୍କୁ ପୂଜା କରୁଥିବା ଦେଖୁଛନ୍ତି କି ? ଜାଣନ୍ତୁ ଏହା କି ସଙ୍କେତ...