ପ୍ରମୂଖ ଖବର
  • ପୁରୀ : କୂଅର ପଡ଼ି ପାଳିଆ ସେବାୟତଙ୍କ ମୃତ୍ୟୁ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମୃତ୍ୟୁର ଖୁବ୍‌ ନିକଟତର ଦାଉଦ ଇବ୍ରାହିମ ! ଗମ୍ଭୀର ରୋଗରେ ପୀଡ଼ିତ ଅଣ୍ଡରୱାର୍ଲ୍ଡ ଡନ୍‌

Published By : Tapas Panda | April 15, 2025 7:08 PM

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସ୍ବାସ୍ଥ୍ୟବସ୍ଥାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ମୃତ୍ୟୁ ସହ ସଂଘର୍ଷ କରୁଛି ଦାଉଦ ଇବ୍ରାହିମ୍‌ ।  କେତେକ ରିପୋର୍ଟରେ, ଦାଉଦର ମୃତ୍ୟୁ ହୋଇସାରିଛି ବୋଲି ଦାବି ହୋଇଛି । କିନ୍ତୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଗୁଇନ୍ଦା ସୂତ୍ର ଆଧାରରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ଯାଇଛି ଯେ, ଦାଉଦ ଇବ୍ରାହିମ ଅନେକ ଗମ୍ଭୀର ରୋଗରେ ପୀଡିତ ଏବଂ ତାର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଛି । ୨୦୨୩ ରେ ଦାଉଦ ଇବ୍ରାହିମକୁ ବିଷ ଦିଆଯାଇଥିବା ନେଇ ଖବର ଆସିଥିଲା । ଏହା ପୂର୍ବରୁ ନିଜର ଅସୁସ୍ଥତାକୁ ନେଇ ଦାଉଦ ଚର୍ଚ୍ଚାକୁ ଆସିଥିଲା । 

ରିପୋର୍ଟ ଅନୁସାରେ, ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଦାଉଦ ଗ୍ୟାଙ୍ଗ୍ରିନ୍ ନାମକ ଏକ ରୋଗରେ ପୀଡିତ । ଏହି କାରଣରୁ, କରାଚୀର ଏକ ହସ୍ପିଟାଲରେ ତାଙ୍କର ଦୁଇଟି ଆଙ୍ଗୁଠି କାଟିବାକୁ ପଡିଥିଲା । କିନ୍ତୁ ଏନେଇ ସ୍ପଷ୍ଟ ସୂଚନା ମିଳିପାରି ନଥିଲା । ଗ୍ୟାଙ୍ଗ୍ରିନ୍ ଏକ ରୋଗ ଯେଉଁଥିରେ ଶରୀରର କିଛି ଅଂଶର ଟିସୁଗୁଡ଼ିକ ନଷ୍ଟ ହୋଇଯାଏ ।  ଫଳରେ କ୍ଷତ ସୃଷ୍ଟି ହୁଏ ଏବଂ ଶରୀରରେ ବ୍ୟାପିବା ଆରମ୍ଭ କରେ । ଯଦି ଏହାର ଚିକିତ୍ସା କରାନଯାଏ ତେବେ ଅବସ୍ଥା ଆହୁରି ଖରାପ ହୋଇପାରେ ।

ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, ଦାଉଦ ଇବ୍ରାହିମ ନିଜ ପୁଅ ପାଇଁ ଅବସାଦରେ ରହିଛି । ଦାଉଦର ପୁଅ ମୋଇନ୍ ମୌଲାନା ହୋଇଯାଇ ଥିବାରୁ ସେ ବହୁତ ଦୁଃଖିତ । ଦାଉଦ ଚାହୁଁଥିଲା ମୋଇନ ତାର ସାମ୍ରାଜ୍ୟ ସମ୍ଭାଳୁ । ମୋଇନ ତାଙ୍କ ବାପା ଭଳି ପଳାତକ ଜୀବନ ବଞ୍ଚିବାକୁ ଚାହାଁନ୍ତି ନାହିଁ । 

ଦାଉଦ୍ ଦୀର୍ଘ ଦିନ ଧରି ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ । ବୟସ ବୃଦ୍ଧି ସହିତ, ତାର କିଡନୀ ମଧ୍ୟ ଠିକ୍ ଭାବରେ କାର୍ଯ୍ୟ କରୁନାହିଁ । ସେ ସମ୍ପୂର୍ଣ୍ଣ ଭାବରେ ଡାକ୍ତରଙ୍କ ଉପରେ ନିର୍ଭରଶୀଳ ।  ତାର ନିୟମିତ ଭାବରେ ଡାଏଲିସିସ୍ ହେଉଥିବା କୁହାଯାଉଛି । କିଛି ରିପୋର୍ଟରେ କୁହାଯାଇଛି ଯେ, ସେ କରାଚୀର ଏକ ଉଚ୍ଚ ସୁରକ୍ଷା ବିଶିଷ୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଅଛି । ତାକୁ ISI ସୁରକ୍ଷାରେ ରଖାଯାଇଛି ଏବଂ କାହାକୁ ତା ସହିତ ସାକ୍ଷାତ କରିବାକୁ ଅନୁମତି ନାହିଁ। ତଥାପି, ପାକିସ୍ତାନ ସବୁବେଳେ ଦାଉଦର ଉପସ୍ଥିତିକୁ ଅସ୍ୱୀକାର କରିଆସିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.