ପ୍ରମୂଖ ଖବର
  • ରାଜ୍ୟରେ ଡାଇରିଆ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସାମିଲ ରହିବେ ବରିଷ୍ଠ ଅଧିକାରୀ
  • ||
  • କଟକ : ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ବାଲେଶ୍ୱର : ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ
  • ||
  • 'ଯୋଗରୁ ଶାନ୍ତି ଓ ଦିଗ ମିଳେ, ଚିନ୍ତାଗ୍ରସ୍ତ ଦୁନିଆ ପାଇଁ ପଜ୍ ବଟନ୍‌': ପ୍ରଧାନମନ୍ତ୍ରୀ
  • ||
  • ବାଲେଶ୍ୱରରେ ବନ୍ୟା ସ୍ଥିତି ଆଣିଲା ସୁବର୍ଣ୍ଣରେଖା, ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଛତ୍ରପୁରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ; ଯୋଗ ଦେଲେ ମନ୍ତ୍ରୀ,ବିଧାୟକ
  • ||
  • କଳାହାଣ୍ଡି : ମ.ରାମପୁର ଉପ ଡାକଘରୁ ଚୋରି, ତଦନ୍ତ କରୁଛି ପୁଲିସ
  • ||
  • ଅପରେସନ୍‌ ସିନ୍ଧୁ ; ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ସୁରକ୍ଷିତ ଫେରିଲେ ୨୯୦ ଭାରତୀୟ
  • ||
  • ଯୋଗ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କହିଲେ- 'ଏକାଗ୍ରତା ଓ ସ୍ଥିରତା ଆଣେ ଯୋଗ'
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ
  • ||
  • ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ , ଆସନ୍ତା ୩ ଦିନ କାଁ ଭାଁ ବର୍ଷା
  • ||

ଦିଲ୍ଲୀରେ ୧ ଜୁଲାଇରୁ ଏହି ଗାଡ଼ିଗୁଡ଼ିକୁ ମିଲିବନି ପେଟ୍ରୋଲ-ଡିଜେଲ, ସରକାରଙ୍କ ନୂଆ ନିୟମ ଲାଗୁ

Published By : Anindita Ratha | June 21, 2025 9:15 AM

ନୂଆଦିଲ୍ଲୀ,,୨୧/୦୬: ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ନେଉଛନ୍ତି  ଅନେକ ପଦକ୍ଷେପ । ଏହାରି ମଧ୍ୟରେ ସରକାର ଡ୍ରାଇଭରମାନଙ୍କ ପାଇଁ ଆଉ ଏକ କଠୋର ନିୟମ ଲାଗୁ କରିଛନ୍ତି। ଜୁଲାଇ ୧ ରୁ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡ଼ିକୁ ଇନ୍ଧନ ନ ଦିଆଯିବା ନେଇ ନିର୍ଦ୍ଦେସ ଦେଇଛନ୍ତି । ଏହି ନିୟମ ଦିଲ୍ଲୀ-ଏନସିଆରରେ ପଞ୍ଜିକୃତ ସମସ୍ତ ଗାଡ଼ି ପାଇଁ ପ୍ରଯୁଜ୍ୟ ହେବ।

ସରକାର ୫୦୦ରୁ ଅଧିକ ପେଟ୍ରୋଲ ପମ୍ପରେ ANPR କ୍ୟାମେରା ଲଗାଇଛନ୍ତି। ଯାହା ପୁରୁଣା ଗାଡ଼ି ଚିହ୍ନଟ କରିବ। ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାୟୁ ଗୁଣବତ୍ତା ଉନ୍ନତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।ଶୁକ୍ରବାର ଦିନ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ବା CAQM ସ୍ପଷ୍ଟ କରିଛି ଯେ, ନିର୍ଦ୍ଧାରିତ ସମୟ ସୀମା ଅତିକ୍ରମ କରିଥିବା ଯେ କୌଣସି ଯାନ ୧ ଜୁଲାଇରୁ ଦିଲ୍ଲୀରେ ଇନ୍ଧନ ମିଳିବନି। CAQM କହିଛି ଯେ ଦେଶର ଯେକୌଣସି ରାଜ୍ୟରେ ପଞ୍ଜିକୃତ ୧୦ ବର୍ଷ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଯାନ ଏହି ନିଷ୍ପତ୍ତିର ପରିସରଭୁକ୍ତ ହେବ। CAQM ଅନୁଯାୟୀ, ଏହି କ୍ୟାମେରାଗୁଡ଼ିକ  ୧୦ ବର୍ଷ  କିମ୍ବା  ୧୫ ବର୍ଷରୁ ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରିବ। ଏହି ବ୍ୟବସ୍ଥା ଦିଲ୍ଲୀର  ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ, ଗୌତମ ବୁଦ୍ଧ ନଗର ଏବଂ ସୋନିପତରେ ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.