ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଅଧିନାୟକଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟକୁ ୨୨୫ ରନ୍‌ର ଟାର୍ଗେଟ ଦେଲା ଡିସି

Image Courtesy: espncricinfo

ଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବଡ଼ ସ୍କୋର କରିଛି । ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ୍‌ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ବିନିମୟରେ ୨୨୪ ରନ୍‌ କରିଛି । ଗୁଜରାଟ ଟାଇଟନ୍ସ ଆଗରେ ୨୨୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ । ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଗୁଜରାଟ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ମୋହିତ ଶର୍ମା ।  ୨୪ ବଲ୍‌ରେ ୭୩ ରନ୍‌ ଦେଇଛନ୍ତି ମୋହିତ । 

ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ବୀ ଶ’ (୧୧), ଫ୍ରେଜର ମ୍ୟାକଗ୍ରକ୍‌ (୨୩), ଅକ୍ଷର ପଟେଲ (୬୬), ଶାଇ ହୋପ(୫) ଓ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ୍‌ ଏବଂ ତ୍ରିଷ୍ଟାନ ଷ୍ଟବ୍ସଙ୍କ ଅପରାଜତି ୨୬ ରନ୍‌ ସହାୟତାରେ ୨୨୪ ରନ୍‌ କରିଛି । ଗୁଜରାଟ ଟାଇଟନ୍ସ ପକ୍ଷରୁ ସନ୍ଦୀପ ଓ୍ବାରିୟର ୧୫ ରନ୍‌ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ନୂର ଅହମ୍ମଦ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । 

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ୩୫ ରନ୍‌ରେ ପ୍ରଥମ ଓ୍ବିକେଟ (ଫ୍ରେଜର ମ୍ୟାଜଗର୍କ) ହରାଇଥିଲା । ପରେ ପରେ ଦଳୀୟ ସ୍କୋର ୩୬ ରନ୍‌ ବେଳକୁ ଦଳକୁ ଦ୍ବିତୀୟ ଝଟକା ଲାଗିଥିଲା । ୧୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ ପୃଥ୍ବୀ ଶ’ । ତାଙ୍କ ପରେ ଶାଇ ହୋପ୍‌ ଆଉଟ ହେବା ପରେ ପଡ଼ିଆକୁ ଆସିଥିଲେ କ୍ୟାପ୍ଟେନ୍ ରିଷଭ ପନ୍ତ । ଅକ୍ସର ପଟେଲ  ଏବଂ ରିଷଭ ପନ୍ତଙ୍କ ଭାଗିଦାରୀରେ ଦଳ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହୋଇଥିଲା । ଅକ୍ଷରଙ୍କ ପରେ ତ୍ରିଷ୍ଟାନ ଷ୍ଟବ୍ସ ୭ ବଲ୍‌ରେ ଅପରାଜିତ ୨୬ ରନ୍‌ କରିଥିଲେ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.