ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସକୁ ବଡ଼ ସଫଳତା। ୪୮ଟି ମହଙ୍ଗା ମୋବାଇଲ ଫୋନ୍‌ ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରି, ଏକ ଅନ୍ତରାଷ୍ଟ୍ରୀୟ ମୋବାଇଲ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁଲିସ। ଅଧିକାରୀ ମାନେ କହିଛନ୍ତି , ଏହି ଚୋରି କରାଯାଇ ଥିବା ମୋବାଇଲ ଫୋନ୍‌କୁ ବାଂଲାଦେଶରେ ବିକ୍ରି ହେବାକୁ ଯାଉ ଥିଲା।

ପୁଲିସ୍‌ କହିଛି ଯେ, ଅଭିଯୁକ୍ତ ୨୪ ବର୍ଷିୟ ଅବଦୁଶକୁ ପଶ୍ଚିମବଙ୍ଗରେ ପାଖାପାଖି ୨୦ ଲକ୍ଷ ଟଙ୍କାର ମୋବାଇଲ ଫୋନ୍‌ ନେଇ ଯିବାର ଚେଷ୍ଟା କରୁଥିବା ବେଳେ ଗିରଫ କରାଯାଇଛି।

ପୁଲିସ କମିଶନର ( ଅପରାଧ) ଆଦିତ୍ୟ ଗୌତମ କହିଛନ୍ତି , ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ସଙ୍ଗଠିତ ଗ୍ୟାଙ୍ଗ ଦିଲ୍ଲୀ-ଏନସିଆର (ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ) ରେ ସକ୍ରିୟ ଅଛି, ଯାହାକି ମେଟ୍ରୋ ଷ୍ଟେସନ , ବସ ଓ ଭିଡ଼ ଥିବା ବଜାର ଗୁଡ଼ିକରେ ଲୋକଙ୍କୁ ଟାର୍ଗେଟ୍‌ କରିଥାଏ। ସେ କହିଛନ୍ତି , ଚୋରି କରାଯାଇ ଥିବା ମୋବାଇଲ ଫୋନକୁ ଖୁବ୍‌ ଶୀଘ୍ର ଦିଲ୍ଲୀରୁ ବାହାରକୁ ଚୋରି କରି ନିଆଯାଏ ,ଯେଉଁଥି ପାଇଁ ପୁଲିସ ଏ ବିଷୟରେ ଜାଣି ପାରେନି। 

ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତମାନେ ଏହି ମୋବାଇଲକୁ ଦୁଇରୁ ୩ହଜାର ଟଙ୍କାରେ କିଣି ଥିଲେ ଏବଂ ଏଗୁଡ଼ିକୁ ପଶ୍ଚମବଙ୍ଗ ନେଇ ଯାଉଥିଲେ, ଯେଉଁଠି ଏଗୁଡ଼ିକୁ ମଡିଫାଇ କରାଯାଏ ଏବଂ ଏହାପରେ ବାଂଲାଦେଶରେ ୮୦୦୦ରୁ ୧୦,୦୦୦ଟଙ୍କା ପ୍ରତି ଫୋନ୍‌ ଦରରେ ବିକ୍ରି କରାଯାଏ।

ପୁଲିସ କମିଶନର କହିଛନ୍ତି , ସୂଚନା ଆଧାରରେ ପୁଲିସ ସଲିମଗଡ ବାଇପାସ୍‌ ନିକଟରେ ଜାଲ ବିଛାଇ ଥିଲା ଏବଂ ଅବଦୁଶକୁ ଚୋରି କରାଯାଇ ଥିବା ୪୮ ମହଙ୍ଗା ମୋବାଇଲ ସହ ଗିରଫ କରିଥିଲା। ଅଧିକାରୀ କହିଛନ୍ତି , ଅବଦୁଶ ପଚରାପଚରି ବେଳେ ଗତ  ୧୮ ମାସରେ ୮୦୦ରୁ ଅଧିକ ଚୋରି ଫୋନର ତସ୍କରୀ କରିଥିବା କଥା ସ୍ୱୀକାର କରିଛି। ସେ କହିଛି କି , ଆରମ୍ଭରେ କବାଡିଆ କାମ କରୁଥିବା ଅବଦୁଶକୁ ସମୀର ଓ ସଲିମ୍‌ ନାମକ ଲୋକେ ଅବୈଧ ବେପାରରେ ଫସାଇ ଥିଲେ। 

ଅଧିକାରୀ କହିଛନ୍ତି କି ସାଇବର ସେଲ୍‌ ଏବେ ଏହାର ସାଥିଙ୍କ ପରିଚୟ କରାଇବା ଓ ଦିଲ୍ଲୀ , ପଶ୍ଚିମବଙ୍ଗ  ଓ ବାଂଲାଦେଶରେ ବ୍ୟାପି ଥିବା ଏହାର ନେଟୱର୍କକୁ ଶେଷ କରିବାର କାମର ଲାଗି ପଡ଼ିଛି। ସେ କହିଛନ୍ତି କି ତସ୍କରୀ ରାସ୍ତା ବିଷୟରେ ଜାଣିବାକୁ ଯାଞ୍ଚ କରାଯାଉଛି।