ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

୧୮ ମାସରେ ୮୦୦ ଫୋନ୍‌ ଚୋରି ; ଦିଲ୍ଲୀ NCRରେ ସକ୍ରିୟ ବଡ଼ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ , ବାଂଲାଦେଶ ସହ ରହିଛି ଲିଙ୍କ୍‌

Published By : Prameya | March 9, 2025 6:23 PM

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସକୁ ବଡ଼ ସଫଳତା। ୪୮ଟି ମହଙ୍ଗା ମୋବାଇଲ ଫୋନ୍‌ ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରି, ଏକ ଅନ୍ତରାଷ୍ଟ୍ରୀୟ ମୋବାଇଲ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁଲିସ। ଅଧିକାରୀ ମାନେ କହିଛନ୍ତି , ଏହି ଚୋରି କରାଯାଇ ଥିବା ମୋବାଇଲ ଫୋନ୍‌କୁ ବାଂଲାଦେଶରେ ବିକ୍ରି ହେବାକୁ ଯାଉ ଥିଲା।

ପୁଲିସ୍‌ କହିଛି ଯେ, ଅଭିଯୁକ୍ତ ୨୪ ବର୍ଷିୟ ଅବଦୁଶକୁ ପଶ୍ଚିମବଙ୍ଗରେ ପାଖାପାଖି ୨୦ ଲକ୍ଷ ଟଙ୍କାର ମୋବାଇଲ ଫୋନ୍‌ ନେଇ ଯିବାର ଚେଷ୍ଟା କରୁଥିବା ବେଳେ ଗିରଫ କରାଯାଇଛି।

ପୁଲିସ କମିଶନର ( ଅପରାଧ) ଆଦିତ୍ୟ ଗୌତମ କହିଛନ୍ତି , ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ସଙ୍ଗଠିତ ଗ୍ୟାଙ୍ଗ ଦିଲ୍ଲୀ-ଏନସିଆର (ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ) ରେ ସକ୍ରିୟ ଅଛି, ଯାହାକି ମେଟ୍ରୋ ଷ୍ଟେସନ , ବସ ଓ ଭିଡ଼ ଥିବା ବଜାର ଗୁଡ଼ିକରେ ଲୋକଙ୍କୁ ଟାର୍ଗେଟ୍‌ କରିଥାଏ। ସେ କହିଛନ୍ତି , ଚୋରି କରାଯାଇ ଥିବା ମୋବାଇଲ ଫୋନକୁ ଖୁବ୍‌ ଶୀଘ୍ର ଦିଲ୍ଲୀରୁ ବାହାରକୁ ଚୋରି କରି ନିଆଯାଏ ,ଯେଉଁଥି ପାଇଁ ପୁଲିସ ଏ ବିଷୟରେ ଜାଣି ପାରେନି। 

ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତମାନେ ଏହି ମୋବାଇଲକୁ ଦୁଇରୁ ୩ହଜାର ଟଙ୍କାରେ କିଣି ଥିଲେ ଏବଂ ଏଗୁଡ଼ିକୁ ପଶ୍ଚମବଙ୍ଗ ନେଇ ଯାଉଥିଲେ, ଯେଉଁଠି ଏଗୁଡ଼ିକୁ ମଡିଫାଇ କରାଯାଏ ଏବଂ ଏହାପରେ ବାଂଲାଦେଶରେ ୮୦୦୦ରୁ ୧୦,୦୦୦ଟଙ୍କା ପ୍ରତି ଫୋନ୍‌ ଦରରେ ବିକ୍ରି କରାଯାଏ।

ପୁଲିସ କମିଶନର କହିଛନ୍ତି , ସୂଚନା ଆଧାରରେ ପୁଲିସ ସଲିମଗଡ ବାଇପାସ୍‌ ନିକଟରେ ଜାଲ ବିଛାଇ ଥିଲା ଏବଂ ଅବଦୁଶକୁ ଚୋରି କରାଯାଇ ଥିବା ୪୮ ମହଙ୍ଗା ମୋବାଇଲ ସହ ଗିରଫ କରିଥିଲା। ଅଧିକାରୀ କହିଛନ୍ତି , ଅବଦୁଶ ପଚରାପଚରି ବେଳେ ଗତ  ୧୮ ମାସରେ ୮୦୦ରୁ ଅଧିକ ଚୋରି ଫୋନର ତସ୍କରୀ କରିଥିବା କଥା ସ୍ୱୀକାର କରିଛି। ସେ କହିଛି କି , ଆରମ୍ଭରେ କବାଡିଆ କାମ କରୁଥିବା ଅବଦୁଶକୁ ସମୀର ଓ ସଲିମ୍‌ ନାମକ ଲୋକେ ଅବୈଧ ବେପାରରେ ଫସାଇ ଥିଲେ। 

ଅଧିକାରୀ କହିଛନ୍ତି କି ସାଇବର ସେଲ୍‌ ଏବେ ଏହାର ସାଥିଙ୍କ ପରିଚୟ କରାଇବା ଓ ଦିଲ୍ଲୀ , ପଶ୍ଚିମବଙ୍ଗ  ଓ ବାଂଲାଦେଶରେ ବ୍ୟାପି ଥିବା ଏହାର ନେଟୱର୍କକୁ ଶେଷ କରିବାର କାମର ଲାଗି ପଡ଼ିଛି। ସେ କହିଛନ୍ତି କି ତସ୍କରୀ ରାସ୍ତା ବିଷୟରେ ଜାଣିବାକୁ ଯାଞ୍ଚ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.