• ଦିଲ୍ଲୀରେ ବାୟୁର ସ୍ଥିତି ସାଂଘାତିକ 
  • ଚତୁର୍ଥ ଦିନରେ ଗମ୍ଭୀର ଶ୍ରେଣୀରେ AQI 
  • ୧୫ଟି ଅଞ୍ଚଳରେ AQI ୪୫୦ରୁ ଅଧିକ
  • ଆଶ୍ୱସ୍ତିର କୌଣସି ଆଶା ନାହିଁ

ନୂଆଦିଲ୍ଲୀ – ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ସବୁଠାରୁ ଖରାପ ସ୍ତରରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ , ଶନିବାର ଦିଲ୍ଲୀର AQI ୪୩୧ ଅଙ୍କରେ ପହଞ୍ଚି ଯାଇଛି, ଯାହା ଚଳିତ ବର୍ଷର ସବୁଠାରୁ ଖରାପ AQI। ଏହା ପୂର୍ବରୁ, ନଭେମ୍ବର ମାସରେ ତିନି ଦିନ ଏପରି ଥିଲା , ଯେତେବେଳେ ସୂଚକାଙ୍କ ୪୦୦ ଉପରେ ଅର୍ଥାତ୍ ଗମ୍ଭୀର ଶ୍ରେଣୀରେ ଥିଲା। ଏବେ, ଏହା ଗମ୍ଭୀର ଶ୍ରେଣୀରେ ଥିବାର ଏହା ଚତୁର୍ଥ ଦିନ।

ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ୪୦୦ ଠାରୁ ଉପରେ ଜାରି ରହିଛି। ବର୍ଷର ସବୁଠାରୁ ଖରାପ AQI ଦିଲ୍ଲୀରେ AQIର ଏହା ସବୁଠାରୁ ଖରାପ ସ୍ତରରେ। ଏହା ପୂର୍ବରୁ ଦିଲ୍ଲୀରେ ୧୧ ନଭେମ୍ବରରେ AQI ର୪୨୮ ପଏଣ୍ଟରେ ଥିଲା। ଏହା ଚଳିତ ବର୍ଷର ସବୁଠାରୁ ପ୍ରଦୂଷିତ ଦିନ ଥିଲା , କିନ୍ତୁ ଆଜିର ସଂଖ୍ୟା ଏହି ରେକର୍ଡକୁ ଭାଙ୍ଗି ଦେଇଛି। ଶନିବାର ୪୩୧ AQI ସହ, ଦିଲ୍ଲୀବାସୀଙ୍କୁ ବର୍ଷର ସବୁଠାରୁ ବିଷାକ୍ତ ବାୟୁର ସମ୍ମୁଖୀନ ହେବାକୁ ପଡିଲା। ୧୨ ନଭେମ୍ବରରେ ଦିଲ୍ଲୀରେ ସୂଚକାଙ୍କ ୪୧୮ ଓ ୧୩ ନଭେମ୍ବରରେ ସୂଚକାଙ୍କ ୪୦୪ ପଏଣ୍ଟରେ ଥିଲା ଅର୍ଥାତ୍ ଏହି ବର୍ଷରେ ଗମ୍ଭୀର ଶ୍ରେଣୀରେ ବାୟୁର ଏହା ଚତୁର୍ଥ ଦିନ।

୧୫ଟି ଅଞ୍ଚଳରେ AQI ୪୫୦ ରୁ ଅଧିକ - କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଦର୍ଶାଉଛି ଯେ, ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ୪୦୦ ଉପରେ ରେକର୍ଡ କରାଯାଇଛି । ଅପରାହ୍ନ ୪ଟାରେ, ଦିଲ୍ଲୀର ୧୫ଟି ଅଞ୍ଚଳରେ AQI ୪୫୦ରୁ ଅଧିକ ରହିଛି। AQI ୪୦୧ରୁ ୪୫୦ ମଧ୍ୟରେ ଗମ୍ଭୀର ଶ୍ରେଣୀରେ ରଖାଯାଏ , ଯେତେବେଳେ କି ୪୫୧ ରୁ ୫୦୦ ମଧ୍ୟରେ AQIକୁ ଅତି ଗମ୍ଭୀର ଭାବେ ବିବେଚନା କରାଯାଏ। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଶୁକ୍ରବାର, ଦିଲ୍ଲୀର AQI ୩୪୯ ପଏଣ୍ଟରେ ଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଏହା ୮୨ ପଏଣ୍ଟକୁ ଦ୍ରୁତ ବୃଦ୍ଧି ପାଇଛି। ଦିଲ୍ଲୀର ବାୟୁମଣ୍ଡଳକୁ ଧୂଳି ଓ କୁହୁଡ଼ିର ଏକ ସ୍ତର ଘୋଡ଼ାଇ ଦେଇଛ।

ଆଶ୍ୱସ୍ତିର କୌଣସି ଆଶା ନାହିଁ- ଦିଲ୍ଲୀରେ ବାୟୁର ବେଗ ସାଧାରଣତଃ ଘଣ୍ଟା ପ୍ରତି ଦଶ କିଲୋମିଟରରୁ କମ୍ ରହିଛି। ଏହା ବ୍ୟତୀତ, ବଢ଼ୁଥିବା ଥଣ୍ଡା ପ୍ରଦୂଷଣ କଣିକାଗୁଡ଼ିକୁ ବାୟୁମଣ୍ଡଳରେ ଅଧିକ ସମୟ ପାଇଁ ଜମି ରହୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ , ଦିଲ୍ଲୀବାସୀ ଆଗାମୀ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ପ୍ରଦୂଷିତ ବାୟୁରୁ କୌଣସି ମୁକ୍ତି ପାଇବାର ସମ୍ଭାବନା କମ୍।