ପୋଲସରା ୩।୩ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନରସିଂହପଲ୍ଲୀ ଛକ ଠାରେ ଥିବା ବିଦେଶୀ ମଦ ଦୋକାନକୁ ବିରୋଧ କରି ରାସ୍ତାରୋକ। ମଙ୍ଗଳବାର ଶତାଧିକ ସ୍ଥାନୀୟ ମହିଳା ପୁରୁଷ ଏକତ୍ରିତ ହୋଇ ନରସିଂହପଲ୍ଲୀ ଛକ ରେ ପୋଲସରା ଓ ବୁଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ଫଳରେ ପୋଲସରା ଠାରୁ ବୁଗୁଡ଼ା କୁ ଯାତାୟତ ବନ୍ଦ ରହିଛି l

ଦୈନିକ ମଦୁଆଙ୍କ ଉତ୍ପାତରେ ଅତିଷ୍ଟ ହେବା ଏବଂ ଘର ପାଖରେ ବିଦେଶୀ ମଦ ଖୋଲିବା ଯୋଗୁଁ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘରୁଥିବାରୁ ମଦ ଦୋକାନ ବନ୍ଦ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ତେବେ ଗତ କାଲି ମଦ ଦୋକାନ ରେ ମଦ ପିଇ ଦଶରୁ ଉର୍ଦ୍ଧ ଯୁବକ ଗଣ୍ଡଗୋଳ କରି ପାଖରେ ଥିବା ଲୋକଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ l ଯାହା ସିସି ଟିଭିରୁ ସ୍ପଷ୍ଟ ହୋଇଛି l ଘଟଣା ନେଇ ପୋଲିସ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସକାଳୁ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ମଦ ଦୋକାନ ବନ୍ଦ କରିବାକୁ ଦାବୀ କରିଛନ୍ତି l ଖବରପାଇ ପୋଲସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଏବଂ ଥାନା ଅଧିକାରୀଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ଲିଖିତ ଅଭିଯୋଗ ପତ୍ର ଦେବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।