ପ୍ରମୂଖ ଖବର
  • ପାରିବାରିକ କଳହ : ଫ୍ୟାନରେ ଝୁଲି ବାପ-ପୁଅଙ୍କ ଆତ୍ମହତ୍ୟା
  • ||
  • ମହୁଆରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ତେଜ ପ୍ରତାପ ଯାଦବ
  • ||
  • ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ନାସାରୁ ଚାକିରି ଛାଡ଼ିବେ ୩୮୭୦ କର୍ମଚାରୀ
  • ||
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

‘ବେଙ୍ଗଲ ପାଲଟିଯିବ ବାଂଲାଦେଶ’; ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଲାଗି ବିଜେପିର ଦାବି

Published By : Tapas Panda | July 26, 2025 5:22 PM

ପାଟନା: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) କୁ ନେଇ ବିବାଦ ଲାଗି ରହିଛି । ଏବେ ପଶ୍ଚିମବଙ୍ଗରେ ସାର୍‌ ଲାଗୁ କରିବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟି । ଦଳର ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ବେଙ୍ଗଲରେ ଭୋଟର ତାଲିକାର ବ୍ୟାପକ ସଂଶୋଧନ  ଆବଶ୍ୟକ । ଯଦି ଏହା କରା ନ ଯାଏ, ତେବେ ପଶ୍ଚିମବଙ୍ଗ ବାଂଲାଦେଶରେ ପରିଣତ ହୋଇପାରେ । ସେ ଦାବି କରିଛନ୍ତି ଯେ, ପଶ୍ଚିମବଙ୍ଗରେ ଜନସଂଖ୍ୟାଗତ ଏବଂ ଆଇନ ଶୃଙ୍ଖଳା ସମସ୍ୟା ଯୋଗୁଁ ରାଜ୍ୟ ଭିତରେ ଏକ ଚିନ୍ତାଜନକ ପରିସ୍ଥିତି ରହିଛି। ମମତା ବାନାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗ ସମୃଦ୍ଧ ହେଉଛି, ଯଦି ଏହା ପ୍ରକୃତରେ ସତ ତେବେ ରାଜ୍ୟରୁ ଏତେ ଲୋକ କାହିଁକି ସ୍ଥାନାନ୍ତରିତ ହେଉଛନ୍ତି ବୋଲି ସମିକ ପ୍ରଶ୍ନ କରିଛନ୍ତି । 

ସେ ଆହୁରି କହିଛନ୍ତି, ଦେଶର ମୋଟ ନକଲି ଟଙ୍କାର ୭୨% ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ଆସୁଛି। ପଶ୍ଚିମବଙ୍ଗରେ SIR କାର୍ଯ୍ୟକାରୀ ହେବା ଉଚିତ । ନଚେତ୍ ଏହା ପଶ୍ଚିମ ବାଂଲାଦେଶ ହୋଇଯିବ । ଏଠାରେ ମଧ୍ୟଯୁଗର ଏକ ଝଲକ ଦେଖିବାକୁ ମିଳିବ । ପଶ୍ଚିମବଙ୍ଗର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟ ଏକଜୁଟ ହୋଇଛନ୍ତି। ସମିକ ଭଟ୍ଟାଚାର୍ଯ୍ୟଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନକୁ ନେଇ ହଙ୍ଗାମା ଚାଲିଛି। 

ବିହାରରେ ଭୋଟର ତାଲିକାରେ ଚାଲିଥିବା ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ବିବାଦ ସୃଷ୍ଟି କରିଛି। ଯାହାକୁ ନେଇ ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକାରୁ ବହୁ ସଂଖ୍ୟକ ଲୋକଙ୍କ ନାମ ବାଦ ଦେବାକୁ ପ୍ରୟାସ କରାଯାଉଛି । ବିହାରରେ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଉଥିବା SIR ପ୍ରକ୍ରିୟା ଉପରେ ଆଲୋଚନା ସମ୍ପର୍କରେ ଗୃହର କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ଦାବି କରାଯାଇଥିଲା । ଯାହାକୁ ନେଇ ଏକ ନୋଟିସ ମଧ୍ୟ ଉପସ୍ଥାପିତ ହୋଇଥିଲା । ଏପରିକି ଭୋଟର ତାଲିକାରେ ସଂଶୋଧନ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ ବିରୋଧୀ ।

ବିଜେପିର ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ SIR ଲାଗୁ କରିବାକୁ ଦାବି କରୁଥିବା ବେଳେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବଡ଼ ଅଭିଯୋଗ ବି ଆଣିଛନ୍ତି । ସେ କହିଛନ୍ତି, ବେଙ୍ଗଲରେ ବର୍ତ୍ତମାନ ସମୟରେ ୧.୨୫ କୋଟି ନକଲି ଭୋଟର ଅଛନ୍ତି । ଭୋଟର ତାଲିକାର  ବ୍ୟାପକ ସଂଶୋଧନ ହେଲେ ସେମାନଙ୍କୁ ନିଜ ସ୍ଥାନକୁ ପଠାଯାଇ ପାରିବ । ସେପଟେ ଶାସକ ଟିଏମସି ତାଙ୍କର ଏହି ଦାବିକୁ ଖଣ୍ଡନ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.