ମାଲକାନଗିରି, ୩୦/୧୧: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ବିଶେଷଜ୍ଞ ଡାକ୍ତର ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଦାବି କଲେ ମାଲକାନଗିରି ବିଧାୟକ। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ତିନି ଜଣ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ଏକ ଜରୁରୀ ଚିଠି ହସ୍ତାନ୍ତର କରିଛନ୍ତି।

ଚିଠିରେ ସେ ଦାବି କରିଛନ୍ତି ଯେ, - କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ୍ ସ୍ପେଶାଲିଷ୍ଟ ଓ ପେଡ଼ିଆଟ୍ରିସିଆନ୍, ମାଳକାନଗିରି ଜିଲ୍ଲା ହସ୍ପିଟାଲରେ ଅର୍ଥୋପେଡିକ୍ ସର୍ଜନ ଭାବେ ତିନି ଜଣ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତ କରାଯାଉ ବୋଲି ଦାବି କରିଛନ୍ତି। ବିଧାୟକ କହିଛନ୍ତି, ଏହି ପୋଷ୍ଟଗୁଡ଼ିକ ଦୀର୍ଘ ବର୍ଷ ଧରି ଖାଲି ରହିଛି। ଶ୍ରୀ ମାଡ଼କାମିଙ୍କ ଚିଠି ଗ୍ରହଣ କରି ଶୀଘ୍ର ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।