ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ଆବାସ ଯୋଜନାରୁ ବଞ୍ଚିତ ମନ୍ଧ ଦିଗାଲ, ଆବାସ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ଦାବି

Published By : Gurupada Nath | June 18, 2025 4:15 PM

ଫିରିଙ୍ଗିଆ, ୧୮/୬ : ସରକାରଙ୍କ ତରଫରୁ ଗରିବ ଅସହାୟଙ୍କୁ ରହିବା ପାଇଁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଉଥିବାବେଳେ ଯୋଗ୍ୟ ହିତାଧିକାରୀ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେ ମଧ୍ୟ ଆବାସ ଗୃହ ମିଳିପାରୁ ନାହିଁ l ଯାହାଦ୍ୱାରା ଅଯୋଗ୍ୟ ହିତାଧିକାରୀ କଳେ ବଳେ କୌଶଳେ ଆବାସ ଗୃହ ହାତଉଥିବା ଅଭିଯୋଗ ହେଉଛି । ଫଳରେ ପ୍ରକୃତ ହିତାଧିକାରୀ ଆବାସ ଗୃହ ନ ମିଳିବା ଦ୍ୱାରା ବର୍ଷ ବର୍ଷ ଧରି ଭଙ୍ଗା ଦଦରା କୁଡ଼ିଆ କିମ୍ବା ଜରି ପାଲ ତଳେ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି l ଏଭଳି ଏକ ଭଙ୍ଗା ଘରେ  ଜରି ପାଲ ଟାଣି ରହୁଥିବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦା ପଡ଼ା ପଞ୍ଚାୟତ ବାଉପାଙ୍ଗା ନିକଟ ଘିଉ ଗାଡ଼ି ଗାଁରେ l 

ସୂଚନା ଅନୁସାରେ, ଘିଉ ଗାଡ଼ି ଗାଁରେ ଦୀର୍ଘ ବର୍ଷ ହେବ ମନ୍ଧ ଦିଗାଲ ନାମକ ବ୍ୟକ୍ତି ନିଜ ମା’, ସ୍ତ୍ରୀ ଏବଂ ପିଲା ଛୁଆଙ୍କୁ ନେଇ ୫ଜଣ ସଦସ୍ୟ ଭଙ୍ଗା ଦଦରା ଜରି ପାଲ ଘୋଡ଼ା ଘରେ ରହି ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଅସହାୟ ଗରିବଙ୍କୁ ଦିଆଯାଉଥିବା ଆବାସ ଯୋଜନା ଟିଏ ମିଳିନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ମାଟି ଘର ଟିଏ କରିଛନ୍ତି ଯାହା ଭାଙ୍ଗି ରୁଜି ଯାଇଛି । ନିଜେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହେଉଥିବାବେଳେ ପେଟକୁ ୨ମୁଠା ଅର୍ଣ୍ଣ ମିଳିବା କଷ୍ଟ ହେଉଥିବାବେଳେ ଘର ଖଣ୍ଡିଏ କରିବା ଅସମ୍ଭବ ହୋଇ ପଡ଼ିଛି l 

ଘର ଖଣ୍ଡିଏ ପାଇଁ ଦୀର୍ଘ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ଏମିତି କି ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ହୋଇ ନ ଥିବା କହିଛନ୍ତି ମନ୍ଧ ଦିଗାଲ l ପରିବାରର ସମସ୍ତଙ୍କୁ ରାସନ କାର୍ଡ଼ରେ ଚାଉଳ ମିଳୁନଥିବାବେଳେ ଚଳିବା ପାଇଁ ମଧ୍ୟ କଷ୍ଟ ହୋଇପଡ଼ୁଛି । ତେଣୁ ତୁରନ୍ତ ବ୍ଲକ ଓ ଜିଲ୍ଲା ପ୍ରଶାସନ ଅସୁବିଧାର ହୃଦୟଙ୍ଗମ କରି ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିବାବେଳେ ଘର ଖଣ୍ଡିଏ ମିଳିଲେ ପରିବାରକୁ ନେଇ ଅନ୍ତତଃ ଖରା ଓ ବର୍ଷା ଦାଉରୁ ପରିବାର ସୁରକ୍ଷିତ ରହିବେ ବୋଲି କହିଛନ୍ତି ମନ୍ଧ ଦିଗାଲ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.