ନୂଆଦିଲ୍ଲୀ, ୧୦/୦୧ : ବିଶ୍ଵର ସବୁଠୁ ବଡ଼ ସ୍ପର୍ମ ଇଣ୍ଡଷ୍ଟ୍ରି ଡେନମାର୍କ। ସ୍ପର୍ମ କିଣିବା ପାଇଁ ଲାଗିଛି ମହିଳାଙ୍କ ଲମ୍ଵା ଲାଇନ୍। ଡିମାଣ୍ଡରେ ୱାଇକିଂ ବେବି। ଗୋରା ବଦନ ଓ ନୀଳ ରଙ୍ଗର ଆଖି ଥିବା ସୁନ୍ଦର ଛୁଆ ଜନ୍ମ କରିବାକୁ ସ୍ପର୍ମ କିଣୁଛନ୍ତି ମହିଳା। ଶୁକ୍ରାଣୁ ରପ୍ତାନୀ କରିବାରେ ପାୱାର ହାଉସ୍ ପାଲଟିଛି ଏହି ୟୁରୋପୀୟ ଦେଶ। ଉଚ୍ଚ ମାନର ସ୍ପର୍ମ ଡୋନେଟ୍ କରି ମୋଟା ଅଙ୍କ ଆୟ କରୁଛନ୍ତି ଏଠାକାର ଲୋକେ। ଅଧା ମିଲି ଲିଟର ସ୍ପର୍ମର ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍। ୧୦ ହଜାରରୁ ୧ ଲକ୍ଷ ଟଙ୍କା ଦେଇ ୱାଇକିଂ ସ୍ପର୍ମ କିଣୁଛନ୍ତି ମହିଳା।
୧୦୦ ଦେଶକୁ ରପ୍ତାନୀ ହେଉଛି ସ୍ପର୍ମ
ଡେନମାର୍କ ହେଉଛି ବିଶ୍ୱର ସର୍ବବୃହତ ଶୁକ୍ରାଣୁ ରପ୍ତାନିକାରୀ ଦେଶ। ୟୁରୋପରେ ଶୁକ୍ରାଣୁ ଡୋନେସନ ବଜାରର ମୂଲ୍ୟ ପ୍ରାୟ ୧.୩ ବିଲିୟନ ୟୁରୋ। ଡେନମାର୍କର ସବୁଠୁ ବଡ଼ ସ୍ପର୍ମ ବ୍ୟାଙ୍କ ହେଉଛି କ୍ରାୟୋସ୍ ଇଣ୍ଟରନ୍ୟାସନାଲ। ଏଇଠୁ ପ୍ରାୟ ୧୦୦ଟି ଦେଶକୁ ସ୍ପର୍ମ ରପ୍ତାନୀ ହୁଏ। ନେଦରଲ୍ୟାଣ୍ଡ ଏବଂ ବେଲଜିୟମ ଭଳି ଦେଶରେ ୬୦ ପ୍ରତିଶତ ଶିଶୁଙ୍କ ଜୈବିକ ପିତା ଡେନିଶ୍। ୨୦୩୩ ସୁଦ୍ଧା ଏହି ସ୍ପର୍ମ ବଜାର ୨.୩ ବିଲିୟନ ୟୁରୋରେ ପହଞ୍ଚିବ ବୋଲି ଆଶା କରାଯାଉଛି।
‘ୱାଇକିଂ ସ୍ପର୍ମ’ର ପ୍ରବଳ ଡିମାଣ୍ଡ୍
ଡେନମାର୍କର ସ୍ପର୍ମ ବ୍ୟାଙ୍କ ପ୍ରଥମେ ମହିଳାଙ୍କୁ ଡୋନର ପ୍ରୋଫାଇଲ୍ ପଠାଏ। ଏଥିରେ ଡୋନରଙ୍କର ଫଟୋ, ଶାରିରୀକ ଗଠନ ବିଷୟରେ ଉଲ୍ଲେଖ ଥାଏ। ଉତ୍ତମ ସ୍ୱାସ୍ଥ୍ୟ, ଭଲ ଜେନେଟିକ୍ ଗୁଣ, ଉତ୍ତମମାନର ଶରୀର ଓ ସୁସ୍ଥ ଜୀବନଶୈଳୀ ଦେଖି ମହିଳାମାନେ ସ୍ପର୍ମ କିଣନ୍ତି। ଉଚ୍ଚ ଫର୍ଟିଲିଟି ହାର ଯୋଗୁଁ ଡେନମାର୍କ ଆଜି ବିଶ୍ୱର ସବୁଠୁ ବଡ଼ ଫର୍ଟିଲିଟି ଇଣ୍ଡଷ୍ଟ୍ରି ହବ୍ ହୋଇଛି ।‘ୱାଇକିଂ ସ୍ପର୍ମ’ଏବେ ବିଶ୍ୱବ୍ୟାପୀ ବ୍ରାଣ୍ଡ୍ ପାଲଟିଛି।
ଡେନମାର୍କ ସ୍ପର୍ମକୁ ନେଇ ନୂଆ ବିବାଦ
ଡେନମାର୍କ ସ୍ପର୍ମ ଇଣ୍ଡଷ୍ଟ୍ରିକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ଡେନମାର୍କର ଜଣେ ଡୋନର ୧୪ ଦେଶର ୬୭ କ୍ଲିନିକ୍ କୁ ସ୍ପର୍ମ ଡୋନେଟ୍ କରି ୧୯୭ ଶିଶୁଙ୍କ ପିତା ହୋଇଛନ୍ତି। ଏହି ସବୁ ଶିଶୁଙ୍କ ଶରୀରରେ ଜିନ ଗତ ସମସ୍ୟା ରହିଛି। ଯାହା କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କରୁଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଡେନମାର୍କର ସ୍ପର୍ମ ଇଣ୍ଡଷ୍ଟ୍ରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୟୁରୋପୀୟ ସଙ୍ଘର ଅଧିକାରୀ ସ୍ପର୍ମ ରପ୍ତାନୀ ଉପରେ ନଜର ରଖିବାକୁ ଅନ୍ତରାଷ୍ଟ୍ରୀୟ ପଞ୍ଜୀକରଣ ପାଇଁ ଦାବି କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଦୃଷ୍ଟି ଆଢୁଆଳରେ ‘ଚର୍ଚ୍ଚ ଅଫ୍ ଏପିଫନି’, ଏଇଠୁ ବାରବାଟୀ ଦୁର୍ଗକୁ ଆକ୍ରମଣ କରିଥିଲେ ଇଂରେଜ