ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

କଟକରେ ହେବ ତାରକସି ହବ୍‌; ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

Published By : Rasmita Pradhan | August 5, 2025 2:02 PM

କଟକ, ୦୫/୦୮ : କଟକରେ ହେବ ତାରକସି ହବ୍‌ । ଦୀର୍ଘ ବର୍ଷର ଏହି ସ୍ୱପ୍ନ ପୂରଣ ହୋଇଛି । ଆଜି ସିଡିଏ ସେକ୍ଟର-୬ ପେଟାନାଳ ରାସ୍ତାରେ କଟକ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶିଳାନ୍ୟାସ କରିଛନ୍ତି। ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ତାରକସି ଶିଳ୍ପ ସହ ଜଡ଼ିତ କାରିଗର, ବିଶେଷଜ୍ଞ ଓ ସହରବାସୀ ସ୍ୱାଗତ କରିଛନ୍ତି। ୮ କୋଟି ୮୦ ଲକ୍ଷ ଟଙ୍କାରେ ପ୍ରାୟ ୧୫ ହଜାର ବର୍ଗଫୁଟ ଅଞ୍ଚଳରେ ଏହାର ନିର୍ମାଣ ହେବ। ଗୋଟିଏ ବର୍ଷ ଭିତରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ପୁଲିସ ହାଉସିଂ କର୍ପୋରେସନ। ଏଠାରେ ପ୍ରାୟ ୫୦୦ କାରିଗରଙ୍କୁ ନିଯୁକ୍ତି ମିଳିବ । ଯନ୍ତ୍ରାଂଶ ପାଇଁ ଆଉ ୫ କୋଟି ଟଙ୍କା ବୟନଶିଳ୍ପ ବିଭାଗ ପ୍ରଦାନ କରିବ। ଏହି ଅବସରରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍, ବିଧାୟକ ପ୍ରକାଶ ସେଠି, ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶି, ଜିଲ୍ଲପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଓ ସିଏମସି କମିଶନର ଉପସ୍ଥିତି ଥିଲେ। ଚଳିତ ମାସରୁ ଏହାର ନିର୍ମାଣ ଆରମ୍ଭ ହେବ।

ସୂଚନାଯୋଗ୍ୟ, କଟକ ତାରକସି ସୁବିଧା କେନ୍ଦ୍ର ପାଇଁ ସିଡିଏ ନିକଟସ୍ଥ ପେଟାନାଳ ରାସ୍ତା ପାଶ୍ୱର୍ରେ ୭ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି । ଭୁବନେଶ୍ୱର ଆଇଆଇଟି ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ  (ଡିପିଆର୍‌) ପ୍ରଦାନ କରିବା ପରେ ଏହାକୁ ସରକାର ଅନୁମୋଦନ କରିଥିଲେ । ଆଇଆଇଟି ଭୁବନେଶ୍ୱର ଏହି ସେଣ୍ଟରର ଡିଜାଇନ,  ବୈଷୟିକ ସହାୟତା, ମାର୍କେଟିଂ ପ୍ଲାନ୍‌, ବ୍ରାଣ୍ଡ୍‌ ପ୍ରମୋସନ ମାଧ୍ୟମ ଆଦି ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲା । ସରକାରଙ୍କ ନିର୍ଦ୍ଦେଶ  କ୍ରମେ ପୁଲିସ୍‌ ହାଉସିଂ କର୍ପୋରେସନ ଏଥିପାଇଁ ୭ କୋଟିର ଟେଣ୍ଡର୍‌  ଆହ୍ୱାନ କରିଛି । ଏଥିରେ କାରିଗରମାନଙ୍କ ପାଇଁ ନୂତନ ଜ୍ଞାନକୌଶଳର  ଯନ୍ତ୍ରପାତି ଓ ଅତ୍ୟାଧୁନିକ ତାଲିମ୍‌ ଯୋଗାଇ ଦିଆଯିବାର ବ୍ୟବସ୍ଥା  ରହିବ ।

ଏଥିସହିତ ତାରକସି ସାମଗ୍ରୀ ପ୍ରଦର୍ଶନୀ, ଏହାର ବିକ୍ରି ତଥା ରପ୍ତାନୀ, ବିନା ଶୁଳ୍କରେ କିପରି ରୁପା କ୍ରୟ କରାଯାଇପାରିବ, ତାରକସି ସାମଗ୍ରୀ ତିଆରି ସମୟରେ ଏହାର ନିର୍ମାଣ ମୂଲ୍ୟ ବା ମେକିଂ ଚାର୍ଜ କିପରି  ହ୍ରାସ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ସବୁଠାରୁ ବଡ଼କଥା ଏହି କେନ୍ଦ୍ରରେ ଗ୍ରାହକମାନେ ତାରକସି କାରିଗରମାନଙ୍କ ସହ  ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବାର ସୁଯୋଗ ମଧ୍ୟ ପାଇପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.