ମୁମ୍ବାଇ,୪/୩ : ବଲିଉଡ଼ର ବରିଷ୍ଠ ଅଭିନେତା ବିଜୟ କୃଷ୍ଣାଙ୍କ ପରଲୋକ । ‘ଦେବଦାସ’ରେ ଅଭିନେତା ଶାହରୁଖ ଖାନଙ୍କ ବାପା ‘ନାରାୟଣ ମୁଖାର୍ଜୀ’ଙ୍କ ଭୂମିକାରେ ନଜର ଆସିଥିଲେ । ମୃତ୍ୟୁ ବେଳକୁ ବିଜୟଙ୍କ ବୟସ ୮୧ବର୍ଷ ହୋଇଥିଲା। ତାଙ୍କ ନିଧନର ଖବର ଅଭିନେତ୍ରୀ ଲିଲିଏଟ୍ ଦୁବେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଅଭିନେତ୍ରୀ ଲିଲିଏଟ ଦୁବେ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ବିଜୟ କୃଷ୍ଣାଙ୍କ ଫଟୋ ସେୟାର କରିଛନ୍ତି । ଏହାସହ ସେ କ୍ୟାପଶନରେ ଲେଖିଛନ୍ତି, ‘ହୃଦୟ ଭାଙ୍ଗି ଯାଇଛି । ଆମ ପ୍ରିୟ ବିଜୟ କୃଷ୍ଣା, ଯିଏ ୨୫ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଆମ ଥିଏଟର ପରିବାର ଏବଂ ‘ଡ୍ୟାନ୍ସ ଲାଇକ ଓ ମ୍ୟାନ’ର ଭାଗିଦାରୀ ରହିଥିଲେ ଏବେ ନାହାନ୍ତି । ବହୁମୁଖି ପ୍ରତିଭାର ଅଧିକାରୀ ଅଟନ୍ତି । ଏକ ପ୍ରତିଭାଶାଳୀ ଅଭିନେତା, ସୁନ୍ଦର, ଆକର୍ଷକ, ନିଜ ଖାସ୍ ହ୍ୟୁମର ଲାଗି ପ୍ରସିଦ୍ଧ । ସେ ଆମ ସମସ୍ତଙ୍କ ପ୍ରିୟ ଥିଲେ ଏବଂ ଆମକୁ ବହୁତ ଭଲ ପାଉଥିଲେ। ବହୁ ସ୍ମୃତି ମୋ ହୃଦୟରେ ରହିଛି ଏବଂ ମୋତେ ଭାବୁକ କରୁଛି ।

RIP ମୋର ଜୟରାଜ, ଆପଣଙ୍କୁ କେବେ ଭୁଲି ହେବନି । ଇଶ୍ବର କରନ୍ତୁ ଆପଣ ସ୍ବର୍ଗରେ ବି ସେହିଭଳି ଖୁସି ରୁହନ୍ତୁ ଯେଭଳି ଏଠାରେ ସମସ୍ତଙ୍କୁ ରଖୁଥିଲେ। ତାଙ୍କ ସ୍ତ୍ରୀ ସ୍ମିତା, ଝିଅ ନାୟରିକା ଏବଂ ଫ୍ରେୟନା ଏବଂ ପୂରା ପରିବାର ଲାଗି ଭଲପାଇବା ଲାଗି ପ୍ରାର୍ଥନା ଅଛି ।