ନୂଆଦିଲ୍ଲୀ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ AAIBର ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ବିମାନରେ କୌଣସି ଯାନ୍ତ୍ରିକ ସମସ୍ୟା ନଥିବା ଉଲ୍ଲେଖ ରହିଛି । ହେଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ କଠୋର ହୋଇଛି । ଡିଜିସିଏ ପକ୍ଷରୁ ବଡ଼ ଆଦେଶ ଜାରି କରାଯାଇଛି । ଭାରତୀୟ ପଞ୍ଜୀକୃତ ସମସ୍ତ ବିମାନର ଫୁଏଲ୍ ସ୍ବିଚ୍ ଯାଞ୍ଚ ହେବ । ଏହା ବାଧ୍ୟତାମୂଳକ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି । ଏହି ପଦକ୍ଷେପ AAIBର ପ୍ରାଥମିକ ରପୋର୍ଟ ଆସିବେ ପରେ ନିଆଯାଇଛି । ବିମାନର ଫୁଏଲ୍ ସ୍ବିଚ୍ ଯାଞ୍ଚ କରିବାର ଶେଷ ତାରିଖ ଜୁଲାଇ ୨୧ ତାରିଖ ।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି ଯେ, ଏହି ଫ୍ୟୁଲ୍ ଯାଞ୍ଚ ଷ୍ଟେଟ୍ ଅଫ୍ ଡିଜାଇନ/ମାନ୍ୟୁଫାକ୍ଚରିଂ ଦ୍ବାରା ଜାରି ହୋଇଥିବା Airworthiness Directives ଆଧାରରେ ବାଧ୍ୟତାମୂଳକ କରାଯାଇଛି । ଭାରତୀୟ ପଞ୍ଜୀକୃତ ହୋଇଥିବା ସମସ୍ତ ବିମାନ, ଇଞ୍ଜିନ ଏବଂ କମ୍ପୋନେଣ୍ଟସ ଉପରେ ଏହି ନିୟମ ଲାଗୁ ହେବ । ସୂଚନା ଅନୁଯାୟୀ, ପୁରା ବିଶ୍ବରେ ପ୍ରମୁଖ ଏୟାରଲାଇନ୍ସ କମ୍ପାନିଗୁଡ଼ିକ ଗତ ମାସରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିବା ପରେ ବୋଇଂ 787 ବିମାନଗୁଡ଼ିକର ଫୁଏଲ୍ ସ୍ବିଚ୍ରେ ଥିବା ଲକିଂ ମେକାନିଜିମ୍ର ଯାଞ୍ଚ ଆରମ୍ଭ ହୋଇଯାଇଛି ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି, ଉଡ଼ାଣ ପୂର୍ବରୁ ଏୟାର ଇଣ୍ଡିଆ ବିମାନର ସମସ୍ତ ଯାଞ୍ଚ ହୋଇଥିଲା । ବିମାନ ଉଡ଼ିବା ପାଇଁ ବୈଧ ପ୍ରମାଣପତ୍ର ମଧ୍ୟ ଥିଲା । ଫୁଏଲ୍ ସ୍ବିଚ୍ ଏବଂ ଲକିଂ ମାନ୍ୟୁଫାକ୍ଚରିଂ ଉପରେ ପୂର୍ବରୁ ମଧ୍ୟ ଧ୍ୟାନ ଦିଆଯାଇଥିଲା । ଏୟାର ଇଣ୍ଡିଆର ଫ୍ଲାଇଟ AI171ର ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି, ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କିଛି ସେକେଣ୍ଡ ପୂର୍ବରୁ ପାଇଲଟ୍ ନିଜ କୋ-ପାଇଲଟଙ୍କୁ ଇଞ୍ଜିନ ଫୁଏଲ୍ କାହିଁକି ବନ୍ଦ କରିଥିଲ ବୋଲି ପ୍ରଶ୍ନ କରିଥିଲେ । ମାତ୍ର କୋ ପାଇଲଟ୍ ଏଭଳି କରିନାହାନ୍ତି ବୋଲି କହିଥିଲେ ।