ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

IAS ଧୀମନ ଚକ୍‌ମା ହାଇକୋର୍ଟଙ୍କ ଦ୍ୱାରସ୍ଥ, ଜାମିନ ପାଇଁ କଲେ ଆବେଦନ

Published By : Rasmita Pradhan | June 20, 2025 10:48 AM

କଟକ, ୨୦/୦୬ : ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଜାମିନ ପାଇଁ ଆବେଦନ କରିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ଏବେ ଚକ୍‌ମା ଜେଲ୍‌ରେ ଅଛନ୍ତି। 

ସୂଚନାଯୋଗ୍ୟ, ଜୟପାଟଣା ଅଞ୍ଚଳର ଜଣେ ଲଘୁ ଖଣିଜ ବ୍ୟବସାୟୀଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ଧର୍ମଗଡ଼ ଉପଜିଲ୍ଲାପାଳ ୨୦ ଲକ୍ଷ ଟଙ୍କା ନଦେଲେ କ୍ରସର ଚଳାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ଗତ ୮ତାରିଖ ରାତିରେ ଉପଜିଲ୍ଲାପାଳ ବ୍ୟବସାୟୀଙ୍କଠାରୁ ୧୦ଲକ୍ଷ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଧରିଥିଲା । ଏଥିସହ ଘରୁ ଯାଞ୍ଚବେଳେ ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା ମଧ୍ୟ ଜବତ ହୋଇଥିଲା। ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ପ୍ରଥମ ଜାମିନ ଆବେଦନକୁ ନାମଞ୍ଜୁର କରିବା ପରେ ସେ ଭବାନୀପାଟଣାସ୍ଥିତ ଜିଲ୍ଲା କାରାଗାରର ୩ନଂ ସେଲ୍‌ରେ  ବିଚାରାଧୀନ ବନ୍ଦୀ। ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। 

IAS ଧୀମନ ଚକ୍‌ମା ୨୦୨୪ ଜାନୁଆରୀରୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ ଯୋଗ ଦେଇଥିଲେ। ଲାଞ୍ଚ ନେବା ମାମଲାରେ ଚକ୍‌ମା ଫସିବା ପରେ ଭିଜିଲାନ୍ସ ଟିମ୍ ତ୍ରିପୁରା ଓ ହିମାଚଳ ପ୍ରଦେଶରେ ଛାନଭିନ୍ କରିଥିଲା । ତ୍ରିପୁରାରେ ଚକ୍‌ମାଙ୍କ ବାସଭବନରେ ଭିଜିଲାନ୍ସର ୩ ଜଣିଆ ଟିମ୍ ପହଁଚିଥିଲା । ଏହାସହ ହିମାଚଳ ପ୍ରଦେଶରେ ଥିବା ଶ୍ଵଶୁର ଘରେ ମଧ୍ୟ ତଲାସୀ କରିଥିଲା । ବ୍ୟାଙ୍କ ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲ ସଂଗ୍ରହ ଓ ଯାଞ୍ଚ କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.