ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ରତନ ଟାଟାଙ୍କ ପରଲୋକରେ ଅଧୁରା ରହିଗଲା ଧର୍ମେନ୍ଦ୍ରଙ୍କ ଏହି ବଡ଼ ଆଶା, ଅଭିନେତା ସେୟାର କଲେ ଇମୋସନାଲ ପୋଷ୍ଟ ...

Published By : Prameya | October 10, 2024 8:39 PM

ମୁମ୍ୱାଇ – ଦେଶର 'ରତ୍ନ' ରତନ ଟାଟା ଏହି ଦୁନିଆକୁ ଅଲବିଦା କରି ସାରିଛନ୍ତି। ରତନ ଟାଟାଙ୍କ ମୃତ୍ୟୁରେ ଆଜି ସାରାଦେଶ ଗଭୀର ଶୋକରେ ଭାଙ୍ଗି ପଡ଼ିଛି। ସମସ୍ତଙ୍କ ଆଖି ଲୁହରେ ଭିଜୁଛି। ତାଙ୍କର ସେହି ବଳିଷ୍ଠ ଚେହେରା ଆଖି ଆଗରେ ଝଲସି ଯାଉଛି। ସମସ୍ତଙ୍କ ପାଇଁ ରତନ ଟାଟା ଥିଲେ ପ୍ରେରଣାର ଉତ୍ସ। ବଲିଉଡର ଅନେକ ଷ୍ଟାର ରତନ ଟାଟାଙ୍କ ପରଲୋକର ଭାବବିହ୍ୱୋଳପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏ ମଧ୍ୟରେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ତାଙ୍କର ମୃତ୍ୟୁରେ ଖୁବ୍‌ ଦୁଃଖିତ ହୋଇଛନ୍ତି। ସେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ତାଙ୍କର ମୃତ୍ୟୁ ସହ ଅଭିନେତାଙ୍କର ଏକ ବଡ଼ ଆଶା ଅଧୁରା ରହିଗଲା। 

ଅଭିନେତା ଧର୍ମେନ୍ଦ୍ର ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ରତନ ଟାଟାଙ୍କ ଏକ ଫଟୋ ସେୟାର କରି ତାଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ର ଲେଖିଛନ୍ତି , ରତନ ଟାଟା ସାହେବ , ଆପଣଙ୍କ ସହ ଭଟିବାର ଆଶା ଅଧୁରା ରହିଗଲା। ଜଣେ ବିନମ୍ର ରାଜା , ଯିଏ ନିଜ କର୍ମଚାରୀଙ୍କୁ ନିଜ ପିଲାଭଳି ଦେଖାଶୁଣା କରୁଥିଲେ। ସାର୍‌, ଆପଣଙ୍କୁ ସବୁବେଳେ ବଡ଼ ଶ୍ରଦ୍ଧା ଓ ସମ୍ମାନର ସହ ମନେରଖା ଯିବ। ଧର୍ମେନ୍ଦ୍ରଙ୍କର ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଏହା ଉପରେ କମେଣ୍ଟ କରି ୟୁଜର ମାନେ ମଧ୍ୟ ରତନ ଟାଟାଙ୍କୁ ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ଧର୍ମେନ୍ଦ୍ରଙ୍କ ବ୍ୟତୀତ ଅନୁପମ ଖେର, ଅମିତାଭ ବଚ୍ଚନ , ରିତେଶ ଦେଶମୁଖଙ୍କ ସହ ଅନେକ ଷ୍ଟାରମାନେ ସୋସିଆଲ ମିଡ଼ିଆରେ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି। ବିଗ୍‌ବି ଏକ୍ସ ଟ୍ୱିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଉଭୟରେ ପୋଷ୍ଟ ସେୟାର କରିଛନ୍ତି। ଅମିତାଭ ଲେଖିଛନ୍ତି - ମୋତେ ଏବେ ଏବେ ଶ୍ରୀ ରତନ ଟାଟାଙ୍କ ଚାଲିଯିବାର ଖବର ମିଳିଲା। ଏକ ଯୁଗର ଅନ୍ତ ହୋଇଗଲା।  ଜଣେ ଖୁବ୍‌ ସମ୍ମାନିତ , ବିନମ୍ର  କିନ୍ତୁ ଭବିଷ୍ୟତକୁ ଦେଖୁ ଥିବାର ଲିଡର ,ତାଙ୍କର ଦୃଷ୍ଟିଭଙ୍ଗି ଓ ସଙ୍କଳ୍ପ ଅଦ୍ୱିତୀୟ ଥିଲା। ଆମେ ତାଙ୍କ ସହ ଅନେକ ସୁନ୍ଦର ମୁହୂର୍ତ୍ତ ବିତାଇଛୁ , ଅନେକ କ୍ୟାମ୍ପେନ ବେଳେ ଆମେ ଏକାଠି ରହିବାର ସୁଯୋଗ ମିଳିଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.