ମୁମ୍ବାଇ,୧୯/୩ : ହିନ୍ଦୀ ବେଲ୍ଟରେ ଜବରଦସ୍ତ କଲେକ୍ସନ କରୁଛି ‘ଧୁରନ୍ଧର ୨’ । ସାଉଥରେ ଦର୍ଶକ କିନ୍ତୁ ଏହାକୁ ନେଇ ନିରାଶ ଅଛନ୍ତି । ପ୍ରଥମେ ମେକର୍ସ ଏହାର ପେଡ୍ ପ୍ରିମିୟର କ୍ୟାନସେଲ କରିଛନ୍ତି ଏବଂ ଏବେ ୧୯ମାର୍ଚ୍ଚରେ ଫିଲ୍ମ ଥିଏଟର୍ସରେ ରିଲିଜ ହୋଇପାରିନାହିଁ । ଫିଲ୍ମକୁ ନେଇ ସାଉଥ ବେଲ୍ଟ ବିଶେଷ କରି ତେଲୁଗୁ ଅଡିଏନ୍ସ ନିରାଶ ହୋଇଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ତେଲୁଗୁରେ ପେଡ୍ ପ୍ରିମିୟର ଶୋ ୧୮ମାର୍ଚ୍ଚରେ ଅଚାନକ କ୍ୟାନସେଲ୍ କରିଦିଆଯାଇଛି । ଏହି କାରଣରୁ ସେଠାରେ ଫ୍ୟାନ୍ସଙ୍କୁ ଝଟକା ଲାଗିଛି ।
ଖାଲି ଏତିକି ନୁହେଁ ଆଜି ୧୯ମାର୍ଚ୍ଚ ରେ ବି ଫିଲ୍ମ ଥିଏଟର୍ସରେ ରିଲିଜ ହୋଇପାରିନାହିଁ । ଯେତିକି ବି ଶୋ କ୍ୟାନସେଲ୍ ହୋଇଛି ତାର ଟିକେଟ୍ ରିଫଣ୍ଡକୁ ନେଇ ବି ଲୋକଙ୍କ ପାଖରେ କୌଣସି ସୂଚନା ନାହିଁ ଏବଂ ଏହି କାରଣରୁ ଫ୍ୟାନ୍ସ ନିରାଶ ଅଛନ୍ତି । ତେଲୁଗୁ ସମେତ ବାକି ଭାଷାଭାଷିର ଡବ୍ ଭର୍ସନକୁ ଦେଖିବାକୁ ଆଜି ବି ଫ୍ୟାନ୍ସ ଅପେକ୍ଷା କରିଛନ୍ତି । ଏହାକୁ ନେଇ ମେକର୍ସଙ୍କ ପକ୍ଷରୁ ବି କୌଣସି ବୟାନ ଦିଆଯାଇନାହିଁ । ୧୮ମାର୍ଚ୍ଚରେ ଫିଲ୍ମର ନିର୍ଦେଶକ ଆଦିତ୍ୟ ଧର ବୟାନ ଜାରି କରି କହିଥିଲେ କି ଯେଉଁ ଶୋ କ୍ୟାନସେଲ ହୋଇଛି ତାର ରିଫଣ୍ଡ ଦିଆଯାଇପାରେ କିମ୍ବା ହିନ୍ଦୀ ଭର୍ସନ ଦେଖିପାରନ୍ତି କିନ୍ତୁ ଦର୍ଶକଙ୍କୁ ଏବେ ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ପ୍ରକାଶ ଯେ, ତେଲୁଗୁରେ ହିଁ ନୁହେଁ ବରଂ ହିନ୍ଦୀ ଭର୍ସନରେ ବି କଣ୍ଟେଣ୍ଟ ଡେଲିଭରିର ଏହି ପ୍ରୋବ୍ଲେମ ଦେଖିବାକୁ ମିଳିଛି । ହଲରେ ଫିଲ୍ମ ପ୍ରିମିୟରର କିଛି ଘଣ୍ଟା ପୂର୍ବରୁ ହିଁ ପହଞ୍ଚାଯାଇଛି । ସୂଚନା ଅନୁସାରେ ଯେତେବେଳେ ମେକର୍ସ ହଲରେ ହିନ୍ଦୀ ଭର୍ସନ ପଠାଇଥିଲେ ସେତେବେଳ ପର୍ଯ୍ୟନ୍ତ ତେଲୁଗୁ ଏବଂ ତାମିଲ ଭର୍ସନର ଡବିଂ ପୂରା ହୋଇପାରିନଥିଲା । ପୋଷ୍ଟ ପ୍ରଡ଼କ୍ସନ କାରଣରୁ କେତେକ ସ୍ଥାନରେ ଫିଲ୍ମର ପ୍ରିମିୟର ହୋଇପାରିନାହିଁ ।