ପୁରୀ, ୧୩।୪: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଟିମ୍‌ର ସଦସ୍ୟ ମାନେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ପରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ଗଣତି ମଣତି ଟିମ୍‌ରେ ଶ୍ରୀମନ୍ଦିର ବଣିଆ ସେବକ, ଆରବିଆଇ ଅଧିକାରୀ, ରତ୍ନ ପଥର ବିଶେଷଜ୍ଞ ସାମିଲ ଅଛନ୍ତି । ଏଥିସହିତ ଭିଡିଓ ଗ୍ରାଫର ଓ ଫୋଟୋ ଗ୍ରାଫର ସାମିଲ ଅଛନ୍ତି ।

ଏହା ବି ପଢ଼ନ୍ତୁ... ସାମାଜିକ ଗଣମାଧ୍ୟମରେ ଆତ୍ମଘୋଷିତ ସାରଥି ବାବାଙ୍କ ଫଟୋ ଭାଇରାଲ, ହିମାଳୟ କରୁଛନ୍ତି ତପସ୍ୟା..​​​​​​​

ଏସଓପି ଅନୁଯାୟୀ, ସମସ୍ତ ରତ୍ନ ଅଳଙ୍କାର ର ଓ ଗ୍ରାଫି ଓ ଥ୍ରୀଡି ମ୍ୟାପିଙ୍ଗ କରାଯିବ । ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲକ କରାଯିବ । ଯାହାଦ୍ୱାରା ଆଗାମୀ ଭବିଷ୍ୟତରେ ଯେବେ ଗଣତି ମଣତି ହେବ ଏହି ତଥ୍ୟ ଅନେକ ସହାୟତା କରିବ । ପ୍ରଥମେ ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ହୋଇଥିଲା । ପରେ ଏପ୍ରିଲ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବାହାର ରତ୍ନ ଭଣ୍ଡାରର ଗଣତି ମଣତି କାର୍ଯ୍ୟ ହୋଇଥିଲା । ତେବେ ଆସନ୍ତା ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାରର ସମ୍ପୂର୍ଣ ଗଣତି ମଣତି କାର୍ଯ୍ୟ ଶେଷ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

​​​​​​​