ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ କରନ୍ତୁ ଏହି ଉପାୟ

Published By : Krishna Priya | October 28, 2024 10:36 AM

ଭୁବନେଶ୍ୱର ୨୮/୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ପର୍ବ ପାଳନ ପୂର୍ବରୁ ଘରଦ୍ୱାର ସଫାସୁତୁରା କରିବାର ପରମ୍ପରା ରହିଛି । କାରଣ ଦୀପାବଳିରେ ମା’ଲକ୍ଷ୍ମୀ, ଶ୍ରୀଗଣେଶଙ୍କୁ ପୂଜା କରାଯାଏ । ଭାରତର ପୂର୍ବାଞ୍ଚଳରେ ଅବଶ୍ୟ ଦୀପାବଳିରେ ମା’ କାଳୀଙ୍କୁ ପୂଜା କରାଯାଇଥାଏ । ତେବେ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରି । ଏହି ପରିପ୍ରେକ୍ଷୀରେ ଦୀପାବଳି ପୂର୍ବରୁ ଘରୁ କେତେକ ଜିନିଷ ବାହାର କରିଦେବା ଆବଶ୍ୟକ । ଦୀପ ଜଳାଇବା ବେଳେ କେତେକ ନିୟମ ମଧ୍ୟ ମାନିବା ଉଚିତ୍‌ । ନଚେତ୍‌ ଦାରିଦ୍ର‌୍ୟ ଲାଗି ରହିବା ସହ ଘରେ ନକରାତ୍ମକତା ଜାରି ରହିବା ଆଶଙ୍କା ରହେ ବୋଲି ବାସ୍ତୁ ଶାସ୍ତ୍ରର ମତ । ଆସନ୍ତୁ ଜାଣିବା ଘରୁ କ’ଣ କ’ଣ କାଢ଼ିଦେବା ଉଚିତ୍...

-ଘରେ ଭଙ୍ଗା କାଚ ସାମଗ୍ରୀ ଥିଲେ, ତାହାକୁ ବାହାର କରିଦେବା ଭଲ । ଭଙ୍ଗା କାଚ ସାମଗ୍ରୀ ରହିଲେ ନକରାତ୍ମତା ବଢ଼ିଥାଏ ବୋଲି ବାସ୍ତୁ କହେ । 

-କାନ୍ଥ ଘଣ୍ଟା ଅବା ହାତ ଘଣ୍ଟା ଯଦି ବନ୍ଦ ହୋଇପଡ଼ିଥାଏ ତେବେ ତାକୁ ଶୀଘ୍ର ସଜାଡି ଆଣନ୍ତୁ । ନହେଲେ ଏ ଜିନିଷ ଘରୁ ବିଦା କରିବା ଆବଶ୍ୟକ । ବନ୍ଦ ଘଡ଼ିର ନକରାତ୍ମକ ପ୍ରଭାବରେ ପରିବାରରେ କ୍ଲେଶ ବଢିଥାଏ । 

-ଭଙ୍ଗା ଆସବାବପତ୍ର ମଧ୍ୟ ବାହାର କରି ଘର ସଫା କରି ନିଅନ୍ତୁ । ବାସ୍ତୁ ମତରେ ଭଙ୍ଗାଦଦରା ଆସବାବପତ୍ର ରହିଲେ ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ । 

-ଭାଙ୍ଗିଯାଇଥିବା ଦେବଦେବୀଙ୍କ ମୂର୍ତ୍ତିକୁ ଘରେ ସ୍ଥାନ ଦେବା ଅନୁଚିତ । ଏହା ଦୁର୍ଭାଗ୍ୟକୁ ପ୍ରଶ୍ରୟ ଦେଇଥାଏ ବୋଲି ବାସ୍ତୁ ଶାସ୍ତ୍ରର ମତ । 

-କଳଙ୍କି ଲାଗିଯାଇଥିବା ଅବା ଅବ୍ୟବହୃତ ଲୁହା ଜିନିଷକୁ ଦୀପାବଳି ପୂର୍ବରୁ ବାହାରକୁ ସ୍ଥାନାନ୍ତରିତ କରି ଦିଅନ୍ତୁ । ଏପରି ଜିନିଷ ରହିଲେ ଶନି ଏବଂ ରାହୁ ଗ୍ରହର ନକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି କୁହାଯାଏ । 

-ବାସ୍ତୁଶାସ୍ତ୍ର ଅନୁଯାୟୀ ମା’ଲକ୍ଷ୍ମୀଙ୍କ ନିକଟରେ ପ୍ରଜ୍ୱଳିତ ଦୀପଗୁଡ଼ିକ ମଧ୍ୟରୁ ଗୋଟିଏ ଘିଅ ଦୀପ ଜଳାଇବା ଦରକାର । ଏହି ଦୀପଟି ଅନ୍ୟ ଦୀପଗୁଡ଼ିକଠାରୁ ଆକାରରେ ବଡ଼ ହୋଇଥିବ ଏବଂ ଏହା ଚଉମୁଖୀ ହୋଇଥିବା ଉଚିତ । 

-ଦୀପର ବତୀରେ ନିଆଁ ଧରାଇବାବେଳେ ଗୋଟିଏ ଦୀପରୁ ଅନ୍ୟ ଦୀପରେ ନିଆଁ ଧରାନ୍ତୁ ନାହିଁ । ବରଂ ମହମବତୀ ଅବା ଲାଇଟର ଜରିଆରେ ଦୀପରେ ନିଆଁ ଧରାନ୍ତୁ । ଏପରି ନକଲେ ଧନହାନିର ସମ୍ଭାବନା ରହିଥାଏ ବୋଲି ବିଶ୍ୱାସ ରହିଛି ।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.